ଓଡିଶା ପାଇଁ ଗୌରବ ଖ୍ୟାତନାମା ନୃତ୍ୟାଙ୍ଗନା ସୋନାଲ ମାନସିଂହ
ଓଡିଶୀ ନୃତ୍ୟ କୁ ଦେଶ ବିଦେଶ ରେ ସ୍ୱତନ୍ତ୍ର ପରିଚୟ ଦେଇଥିବା ଖ୍ୟାତନାମ ଓଡିଶୀ ନୃତ୍ୟ ଗୁରୁ ସୋନାଲ ମାନସିଂହ ଙ୍କୁ କେନ୍ଦ୍ରୀୟ ସାହିତ୍ୟ ଏକାଡେମି ଫେଲୋ ବା ଏକାଡେମୀ ରତ୍ନ ସମ୍ମାନ ରେ ସମ୍ମାନିତ ହେବେ । ତାଙ୍କ ସହିତ ବିଶିଷ୍ଟ ତବଲା ଗୁରୁ ଓ ତବଲା ମାଧ୍ୟମରେ ସାରା ବିଶ୍ୱ ରେ ତବଲା କୁ ଶୀର୍ଷ ରେ ପହଁଚାଇ ଥିବା ଜାକିର ହୁସେନ, ସୁନାମଧନ୍ୟ ଶାସ୍ତ୍ରୀୟ ନୃତ୍ୟଗୁରୁ ଯତିନ ଗୋ ସ୍ୱାମୀ.ତାମିଲନାଡୁ ର ପ୍ରସିଦ୍ଧ ଭାରତ ନାଟ୍ୟମ ନୃତ୍ୟଗୁରୁ କେ କଲ୍ୟାଣ ସୁନ୍ଦରମ ପିଲାଇ ଙ୍କୁ ଏହି ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି । ଗତ ଜୁନ ୨୬ ତାରିଖରେ ସଙ୍ଗୀତ ନାଟକ ଏକାଡେମୀ ନୂଆଦିଲ୍ଲୀ ଦ୍ୱାରା ଆସାମ ର ଗୋହାଟି ଠାରେ ଅନୁଷ୍ଠିତ ସାଧାରଣ ପରିଷଦ ବୌଠକରେ ଏହି ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି ।


