ପାକିସ୍ତାନରୁ ନିଖୋଜ ଦୁଇ ଭାରତୀୟ ଉଚ୍ଚାୟୁକ୍ତ

ନୂଆଦିଲ୍ଲୀ : ପାକିସ୍ତାନରୁ ଦୁଇ ଜଣ ଭାରତୀୟ ଉଚ୍ଚାୟୁକ୍ତ ନିଖୋଜ ହୋଇ ଯାଇଛନ୍ତି । ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦୁଇ ଉଚ୍ଚାୟୁକ୍ତ ନିଖୋଜ ହୋଇଯାଇଛନ୍ତି । ଦୁଇ ଅଧିକାରୀ ଇସଲାମାବାଦରୁ କିଛି ଘଣ୍ଟା ଧରି ନିଖୋଜ ହୋଇଥିବା ଜଣାପଡିଛି । ସରକାରୀ ଭାବରେ କୌଣସି ସୂଚନା ମିଳିନଥିଲେ ମଧ୍ୟ ଭାରତୀୟ ଦୂତାବାସକୁ ଏ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ସୂଚନା ମିଳିବା ପରେ ପାକିସ୍ତାନ ସରକାରଙ୍କ ସହିତ ଭାରତ ସରକାର ଯୋଗାଯୋଗ କରିଥିବା ଜଣାପଡିଛି । ଭାରତୀୟ ଉଚ୍ଚାୟୁକ୍ତ ଗୌରବ ଆଲୁଓ୍ବାଲିଆ ଏହି ଘଟଣା ଉପରେ ନଜର ରଖିଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଭାରତରେ ଗୁପ୍ତଚର ବୃତ୍ତି ଅଭିଯୋଗରେ କିଛିଦିନ ତଳେ ଦୁଇ ପାକିସ୍ତାନୀ ଅଧିକାରୀଙ୍କୁ ପାକିସ୍ତାନ ଫେରାଇ ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ