ପୁରୀ ହିଂସାକାଣ୍ଡ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ
ପୁରୀ(ଯୁଗାଦ୍ଦ ନ୍ୟୁଜ)ଗତ ଅକ୍ଟୋବର ୩ ତାରିଖରେ ପୁରୀରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ସିଂହଦ୍ୱାର ଥାନା ପୋଲିସ ରବିବାର ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ମାନସ କୁମାର ଦାସ ଓ ସୋମନାଥ ଆଚାର୍ଯ୍ୟ । ପୋଲିସର ସୁଚନାନୁଯାୟୀ,ଗତ ଅକ୍ଟୋବର ୩ ତାରିଖରେ ଶ୍ରୀମନ୍ଦିରରେ ଧାଡି ଦର୍ଶନକୁ ବିରୋଧ କରି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ଦିଆଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ସେହି ବନ୍ଦ ଡାକରା ହିଂସାକାଣ୍ଡରେ ପରିଣତ ହୋଇଥିଲା । ଫଳରେ ଅନେକ ସଂଖ୍ୟାରେ ସରକାରୀ ଜିନିଷ ନଷ୍ଟ ହୋଇଥିଲା । ତେଣୁ ସେହି ଘଟଣା ଦିନର ସିସିଟିଭିର ଆଧାରରେ ଏହି ଦୁଇଜଣଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ସୁଚନା ଦେଇଛି । ତେବେ ଏହା ଭିତରେ ୪ ମାସ ବିତିଯାଇଥିଲେ ସୁଧା ଅନେକ ବ୍ୟକ୍ତି ଗିରଫ ହୋଇ କୋର୍ଟ ଚାଳନା ହୋଇଥିଲା ବେଳ ସେମାନେ ବେଲ୍ ହୋଇ ବାହାରକୁ ଆସିଥିଲା ବେଳେ ଆଜି ପର୍ଯ୍ୟନ୍ତ ଉକ୍ତ ଘଟଣାରେ ପୋଲିସ ଗିରଫ କରିବା ଘଟଣାକୁ ନେଇ ଆଲୋଚନା ଜୋର ଧରିଛି ।


