ରାତିରେ ଘର ପୋଛିବା ମନା
ହିନ୍ଦୁ ଧର୍ମରେ ଥିବା କିଛି ପରମ୍ପରା ଆଜି ବି ଅନେକ ଲୋକ ପାଳନ କରିଆସୁଛନ୍ତି । ହେଲେ କେହି କେହି ଏହାକୁ ଅନ୍ଧ ବିଶ୍ୱାସ କହି ଏଡାଇ ଯାଉଛନ୍ତି । ଏମିତି କିଛି ପରମ୍ପରା ଅଛି ଯାହା ପଛରେ ବୈଜ୍ଞାନିକ କାରଣ ମଧ୍ୟ ନିହିତ ରହିଛି । ଅନେକ ସମୟରେ ଶୁଣିବାକୁ ମିଳେ ରାତିରେ ଘର ପୋଛିବା ମନା । ତେବେ ଏହା ପଛରେ ବି କିଛି କାରଣ ଅଛି । କେହି କେହି କୁହନ୍ତି ରାତିରେ ଘର ପୋଛିଲେ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି । ଆଉ ସମୟକ୍ରମେ ଘରେ ଅଭାବ ଲାଗି ରହିଥାଏ । ହେଲେ ବୈଜ୍ଞାନିକ ମତରେ ରାତି ସମୟରେ ଆର୍ଦ୍ରତା କମ୍ ରହିଥାଏ । ଏହି ସମୟରେ ଯଦି ଘର ପୋଛାଯାଏ ତେବେ ସଂକ୍ରମଣ ବା ଇନ୍ଫେକ୍ସନର ମାତ୍ରା ପ୍ରାୟ ୨ଶହ ଗୁଣା ବଢ଼ିଯାଇଥାଏ । କେବଳ ସେତିକି ନୁହେଁ ରାତିରେ ଘର ପୋଛିଲେ ଚଟାଣରେ ଲାଗିଥିବା ଧୂଳିମଳି ଠିକ୍ ଭାବେ ସଫା ହୋଇ ନ ଥାଏ । ତେବେ ପୂର୍ବରୁ ଏହାକୁ ପରମ୍ପରା ଭାବେ ପାଳନ କରାଯାଉଥିଲେ ମଧ୍ୟ ଏହା ପଛରେ ଥିବା ବୈଜ୍ଞାନିକ କାରଣ ଜାଣି ଏହାକୁ ପାଳନ କଲେ ଲାଭ ମିଳିବ ।