ବୃକ୍ଷରୋପଣ ଓ ଚାରା ବଂଟନ କାର୍ଯ୍ୟକ୍ରମ ଉଦଯାପିତ
ହିଂଜିଳିକାଟୁ, (ଶେଷଦେବ ସାହୂ): ହିଂଜିଳିକାଟୁ ଗଭବତ କଥା ବିତରଣ ପରିଷଦ ପକ୍ଷରୁ ଗତ ୪ ଦିନ ଧରି ହିଂଜିଳିକାଟୁ ପୌରାଂଚଳର ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ନ୍ୟାୟଳୟ, ବିଦ୍ୟାଳୟ ଏବଂ ପୋଖରୀ ହୁଡ଼ା ସମେତ ପାହାଡ଼ ଅଂଚଳରେ ବୃକ୍ଷରୋପଣ ସହ ଘରକୁ ଘର ବୁଲି ଚାରା ବଂଟନ କାର୍ଯ୍ୟକ୍ରମ ବୁଧବାର ଦିନ ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିଥି ଭାବେ ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଯୋଗ ଦେଇଥିଲେ । ପରିଷଦ ପକ୍ଷରୂ ସ୍ଥାନୀୟ ପୌରାଂଚଳ ମଧ୍ୟରେ ପ୍ରାୟ ୩ ଶହରୁ ଉଦ୍ଧ୍ୱର୍ ବୃକ୍ଷରୋପଣ କରାଯିବା ସହ ବୃକ୍ଷର ଯତ୍ନ ସକାଶେ ଗହଣର ବ୍ୟବସ୍ଥା କରାଯାଇଅଛି ଏବଂ ଘରକୁ ଘର ବୁଲି ୧ ହଜାରରୁ ଉଦ୍ଧ୍ୱର୍ ଚାରା ବଂଟନ କରାଯାଇଥିଲା । ପ୍ରତ୍ୟେକ ବୃକ୍ଷର ସୁରକ୍ଷା ପାଇଁ ପରିଷଦର ସଭ୍ୟ ଓ ସଭ୍ୟା ମାନଙ୍କୁ ବ୍ୟକ୍ତିଗତ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ଏବଂ ସପ୍ତାହରେ ୨ ଥର ଉକ୍ତ ଗଛ ଗୁଡ଼ିକର ବ୍ୟକ୍ତିଗତ ଭାବରେ ତଦାରଖ କରିବାକୁ ସଭ୍ୟ ଓ ସଭ୍ୟା ମାନେ ଶପଥ ଗ୍ରହଣ କରିଥିଲେ । ଜଣେ ବ୍ୟକ୍ତି ଗୋଟିଏ ବୃକ୍ଷରୋପଣ କରିବା ସହ ଅନ୍ୟ ମାନଙ୍କୁ ୨ ଟି ଗଛ ଲଗାଇବା ପାଇଁ ପ୍ରବର୍ତାଇବାକୁ ପରିଷଦର ବୃକ୍ଷରୋପଣ କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ଶିକ୍ଷାବିତ୍ ହରିହର ଚୌଧୁରୀ କହିଥିଲେ । କାର୍ଯ୍ୟକ୍ରମରେ ପରିଷଦର ସଭାପତି ଦେବାନନ୍ଦ ମହାପାତ୍ର, ଉପସଭାପତି ଲକ୍ଷ୍ମୀ ନାରାୟଣ ପଣ୍ଡା, ସାଧାରଣ ସମ୍ପାଦକ ପ୍ରିୟଦର୍ଶୀ ପଟ୍ଟନାୟକ, କୋଷାଧ୍ୟକ୍ଷ ନିଳମାଧବ ଦ୍ୟାନସୁମନ୍ତ, ସମୀକ୍ଷକ ଡ଼ଃ. ରମେଶ ଚନ୍ଦ୍ର ଚୌଧୁରୀ, ସ୍ଥାୟୀ କମିଟିର ଅଧ୍ୟକ୍ଷ ନାରାୟଣ ପାଢି, ଡ଼ଃ. ଗଦାଧର ବେହେରା, ବଂଶୀଧର ସାହୁ, ରାଜେନ୍ଦ୍ର ସାବତ, ଶିବ ପାତ୍ର, ସୁଲୋଚନା ସାହୁ, ପୂର୍ଣ୍ଣବାସୀ ପାଣିଗ୍ରାହୀ, ଶକୁନ୍ତଳା ସାହୁ, ଯୁଗୋଳ କିଶୋର ପଣ୍ଡାଙ୍କ ସମେତ ପରିଷଦର ବହୁ ସଭ୍ୟ ସଭ୍ୟା ଅଂଶ ଗ୍ରହଣ କରିଥିଲେ ।


