କେନ୍ଦ୍ରାପଡା କଲେଜ ଅଧ୍ୟକ୍ଷଙ୍କୁ ସମାଜବିଜ୍ଞାନ ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ସମାଜ ବିଜ୍ଞାନ ଏବଂ ଔଦ୍ୟୋଗିକ ସମାଜ ବିଜ୍ଞାନ ବିଭାଗର ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ସେମାନଙ୍କ ବିଭାଗୀୟ ମୁଖ୍ୟ ପ୍ରଫେସର ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ କଲେଜର ଅଧ୍ୟକ୍ଷ ଭାବେ ଗତ ଅପ୍ରେଲମାସ ୩୦ତାରିଖରେ ଦାୟିତ୍ୱ ଗ୍ରହଣ କରିଥିବାରୁ ଡଃ.ତ୍ରିପାଠୀ ଓ କଲେଜ ଉପାଧ୍ୟକ୍ଷ ଡଃ. ଗୋପାଳ ଚନ୍ଦ୍ର ବେହେରାଙ୍କୁ ମଙ୍ଗଳବାର ପୂର୍ବାହ୍ନରେ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅଧ୍ୟାପିକା ଡଃ.ସୁଷମା ଶତପଥୀ,ଡଃ.ସରୋଜିନୀ ମହାପାତ୍ର,ମଧୁସ୍ମିତା ସିଂ, ସାଇନାଥ ଖାତୁନଙ୍କ ସମେତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ