ପୋଲିସ ମାଡ଼ ଘଟଣାରେ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ଆମ ପୋଲିସ ପରି ବିଭାଗର ଅନେକ ସଂସ୍କାର କାର୍ଯ୍ୟକ୍ରମ ସତ୍ତେ୍ୱ କେତେଜଣ ପୋଲିସ କର୍ମଚାରୀଙ୍କ ପାଇଁ ସମସ୍ତେ ନିନ୍ଦିତ ହେଉଛନ୍ତି । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନାରେ ଜଣେ ନିରିହ ଯୁବକଙ୍କୁ ମାତ୍ରାଧିକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଉକ୍ତ ଯୁବକ ଏବେ ଭଦ୍ରକ ସରକାରୀ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଅଛି । ଘଟଣାରୁ ପ୍ରକାଶଯେ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଦକ୍ଷିଣବାଡ଼ ଗ୍ରାମ ପଂଚାୟତ ହାଟଡ଼ି ଗ୍ରାମର ଜନୈକ ଯୁବକଙ୍କ ଦ୍ୱାରା ବିଞ୍ଝାରପୁର ଥାନା ଅଂଚଳର ଏକ ଅପ୍ରାପ୍ତ ବୟସ୍କ ଯୁବତୀ ଅପହରଣ ମାମଲା ୮ ମାସ ତଳେ ଘଟିଥିଲା । ଅଭିଯୁକ୍ତ ଯୁବକଙ୍କ ସାଙ୍ଗ ଅରେଇକଣା ଗ୍ରାମର ସଂଜୟ କୁମାର ସାହୁ(୨୪) ଏଥିରେ ସଂପୃକ୍ତି ନେଇ ବିଞ୍ଝାରପୁର ପୋଲିସ ତାଙ୍କୁ ଉଠାଇ ନେଇଥିଲା । ସେଠାରେ ଦୁଇ ଦିନ ରଖି ସଂଜୟକୁ ପୋଲିସ ପ୍ରବଳ ମାଡ଼ ମାରିଥିବା ତାଙ୍କ ପିତା ସୁଧାକର ସାହୁ ଭଦ୍ରକ ଏସିପିଙ୍କ ନିକଟରେ ଅଭିଯୋଗ କରିଥିବା ବେଳେ ଅନ୍ୟାନ୍ୟ ଉଚ୍ଚ କତ୍ତୃପକ୍ଷଙ୍କ ନିକଟକୁ ମଧ୍ୟ ଅଭିଯୋଗ କରିଛନ୍ତି । ଅଭିଯୋଗ ପତ୍ରରେ ଜନୈକ ସ୍ୱାଇଁ ନାମକ ଅଧିକାରୀ ଏସିପିଙ୍କ ନିକଟରେ ହାଜର କରାଯିବ କହି ସଂଜୟକୁ ପାଣିକୋଇଲି ଆଣି ୫ ହଜାର ଟଙ୍କା ଦେଲେ ଛାଡ଼ିଦେବ ବୋଲି କହି ପାଣିକୋଇଲି ଏଟିଏମକୁ ଯାଇ ଟଙ୍କା ନଥିବା ଓ ପରେ ନିକଟରେ ଥିବା ସଂପର୍କୀୟ ଘରକୁ ଫୋନ୍ କରି ଟଙ୍କା ମାଗିବାକୁ ବାଧ୍ୟ କରିବା ସହ ପାଖରେ ଥିବା ୩୦୦ ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ୮ ମାସ ତଳ ଘଟଣାକୁ ଆଧାର କରି ବିଞ୍ଝାରପୁର ପୋଲିସ କେଉଁ କାରଣରୁ ଏଭଳି ପ୍ରତିକ୍ରିୟାଶୀଳ ହୋଇ ଅମାନବୀୟ କାଣ୍ଡ କଲା ତାର ଉଚ୍ଚ ସ୍ଥରୀୟ ତଦନ୍ତ ପାଇଁ ସଂଜୟଙ୍କ ବାପା ଓ ସ୍ଥାନୀୟ ସମିତି ସଦସ୍ୟା ସବିତା ମହାପାତ୍ର ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ