ରାସ୍ତାରେ ଜମି ରହୁଛି ପାଣି, ଯାତାୟାତରେ ଅସୁବିଧା ଭୋଗୁଛନ୍ତି ଲୋକେ

ବନ୍ତ, (ଚାନ୍ଦିନୀ ମହାନ୍ତି): ଭଦ୍ରକ ଜିଲା ବନ୍ତ ବ୍ଲକ ଅଧିନ ବନ୍ତ-ବାରିକପୁର ରାସ୍ତାର ନିଳୋକ ତାରିଣୀ ଛକ ଠାରୁ ନୀଳାଦ୍ରୀପୁର ସାହି ରାସ୍ତା ଉପରେ ପାଣି ଜମି ରହିବା ଫଳରେ ଲୋକମାନେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି l ପ୍ରକାଶ ଯେ, ଗତ ୧୨ ବର୍ଷ ତଳେ ବ୍ଲକ ଉନ୍ନୟନ ପାଣ୍ଠି ସହାୟତାରେ ନିଳୋକ ତାରିଣୀ ଛକ ଠାରୁ ବାବାଜି ଚରଣ ସଂସ୍କୃତ ବିଦ୍ୟାଳୟ ପର୍ଯ୍ୟନ୍ତ ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିଲା l ଏହା ମଧ୍ୟରେ ଏହି ରାସ୍ତାର କଂକ୍ରିଟ ଗୁଡିକ ବିଭିନ୍ନ ସ୍ଥାନରେ ଫାଟି ଆଁ କରିଛି l ସେହିପରି ରାସ୍ତା ପାର୍ଶ୍ଵରେ ଅବସ୍ଥିତ ପଧାନପଡ଼ା ସେବା ସମବାୟ ସମିତିରେ ଏକ ଗୋଦାମ ଗୃହ ନିର୍ମାଣ ହେବା ଯୋଗୁ ପାଣି ନିଷ୍କାସନରେ ସମସ୍ୟା ସୃଷ୍ଟି ହୋଇଛି l ଫଳରେ ସାମାନ୍ୟ ବର୍ଷାରେ ରାସ୍ତା ଉପରେ ପାଣି ଜମି ରହୁଛି l ଏହି ରାସ୍ତା ଉପରେ ନୀଳାଦ୍ରୀପୁର ସାହି ବାସିନ୍ଦାଙ୍କ ସମେତ ସମବାୟ ସମିତିର ଚାଷୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ,ଶିକ୍ଷୟିତ୍ରୀ ମାନେ ନିର୍ଭର କରିଆସୁଛନ୍ତି l ରାସ୍ତାର ଏପରି ଅବସ୍ଥା ଯୋଗୁ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ବ୍ଲକ ତଥା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ