କେନ୍ଦ୍ରୀୟ ବିଦ୍ୟାଳୟ ପ୍ରସଙ୍ଗ, ଜାଗାର ଆଡଭାନସ୍ ପୋଜିସନ୍ ପାଇଁ ରାଜସ୍ୱ ଯୁଗ୍ମ ସଚିବଙ୍କୁ ଚିଠି

ଛତ୍ରପୁର : ଛତ୍ରପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ସ୍ଥାନୀୟ ଓକିଲ ସଂଘ ସମେତ ସହର ବିଭିନ୍ନ ସଂଗଠନ ତତ୍ପରତା ରହିଛିି । ବୁଧାବର ସନ୍ଧ୍ୟାରେ ସ୍ଥାନୀୟ ରିଡିଂ ରୁମ୍ ପରିସରରେ ଓକିଲ ସଂଘର ସଭାପତି କେ.ଶିବରାମ ରେଡ୍ଡିଙ୍କ ପୈାରହିତ୍ୟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଗତ ୮ ତାରିଖରେ ଜିଲ୍ଲାପାଳଙ୍କୁ ଅନୁରୋଧ କ୍ରମେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଚିହ୍ନଟ ହୋଇଥିବା ଆର୍ଯ୍ୟପଲ୍ଲୀ ଅଞ୍ଚଳର ୧୦ ଏକର ଜମିକୁ କେନ୍ଦ୍ରୀୟ ବିଦ୍ୟାଳୟ ସଂସ୍ଥାକୁ ଆଡଭାନସ୍ ପୋଜିସନ୍ ପାଇଁ ରାଜସ୍ୱ ବିଭାଗର ଯୁଗ୍ମ ସଚିବଙ୍କୁ ଗାଂଜମ ଜିଲ୍ଲାପାଳ ପତ୍ର ପଠାଇଥିବାରୁ ବୈଠକରେ ସମସ୍ତ ସଦସ୍ୟ ଜିଲ୍ଲାପାଳଙ୍କୁ ସାଧୁବାଦ ଜଣାଇଛନ୍ତି । ଏହାକୁ ତୁରନ୍ତ କିପରି କାର୍ଯ୍ୟକାରୀ ହୋଇ କେନ୍ଦ୍ରୀୟ ବିଦ୍ୟାଳୟ କମିଶନର ଦିଲ୍ଲୀକୁ ପଠାଯିବ ସେଥିପ୍ରତି ଜିଲ୍ଲାପାଳ ଓ ରାଜସ୍ୱ ବିଭାଗର ସଚିବଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା । ଚଳିତ ବର୍ଷ ଠାରୁ ଏଠାରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ ତାହା ଉପରେ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିବା ପାଇଁ ଓକିଲ ସଂଘ ସହିତ ବିଭିନ୍ନ ସଂଗଠନର ସଦସ୍ୟମାନେ ଅଣ୍ଟା ଭିଡିଛନ୍ତି । ଆଜିର ଏହି ବୈଠକରେ ନାଗରିକ କମିଟିର ସଭାପତି ଗୋକୁଳ ଚନ୍ଦ୍ର ପଣ୍ଡା, ସଂପାଦକ ସୁଧୀର ସାହୁ, ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ପ୍ରଫୁଲ କୁମାର ପଟ୍ଟନାୟକ, ଆଇନଜିବୀ ପ୍ରଦୀପ କୁମାର ପାଢୀ ଓ ବି.ଶ୍ରୀନିବାସ ରାଓ, ମହାଶକ୍ତି ବଣିକ ସଂଘର ସଭାପତି କିଶୋର ଚନ୍ଦ୍ର ସେନାପତି, ରାମାୟଣାମ୍ମା ବ୍ୟବସାୟୀ ସଂଘର ସଭାପତି ସୟଦ ମୁକ୍ତାର, ଅପରବସଷ୍ଟାଣ୍ଟ ବଣିକ ସଂଘର ସଭାପତି ବି.ରାଜିବାବୁ, ମା’ବ୍ୟାଘ୍ରଦେବୀ ବଣିକ ସଂଘର ସଭାପତି ଲକ୍ଷ୍ମୀନାରାୟଣ ପଣ୍ଡା, ମନ୍ମଥ କୁମାର ପାଢୀ, ପ୍ରମୁଖ ଭାଗ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ