ଶୁଣିଲାନି ପ୍ରଶାସନ, ଶେଷରେ ରାସ୍ତା ତିଆରି କଲେ ହରିପୁର ଗ୍ରାମବାସୀ
କଳାହାଣ୍ଡି, (ଓ୍ୱାଇଏନ୍ଏସ୍): ଗ୍ରାମକୁ ଖଣ୍ଡେ ଭଲ ରାସ୍ତା ନଥିବାରୁ ପ୍ରଶାସନକୁ ବାରମ୍ବାର ଗୁହାରି କରି ଶେଷରେ ନିଜେ ଗ୍ରାମବାସୀ ରାସ୍ତା ତିଆରି କରିବା ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ ହରିହରପୁର ଗ୍ରାମରେ । ଏଠାରେ ଗ୍ରାମବାସୀମାନେ ଏକଜୁଟ ହୋଇ ରାସ୍ତା ତିଆରି କଲେ, ପ୍ରସାଶନ କୁ ଗୁହାରି କଲେ ବି ଗାଁର କଥା ଶୁଣିଲେନି, ବାଧ୍ୟ ହୋଇ ରାସ୍ତା କାମ କଲେ ଜୁନାଗଡ଼ ବ୍ଳକ ଗୋଡ଼ଛେଣ୍ଡିଆ ପଞ୍ଚାୟତ ହରିହରପୁର ଗ୍ରାମବାସୀ । ଗାଡ଼ି ଯିବା ଆସିବାରେ ବହୁ ଅସୁବିଧା ହେଉଥିବା ସହ ଗ୍ରାମକୁ ଆମ୍ବୁଲାନ୍ସ ଭଳି ଜରୁରୀ ସେବା ମଧ୍ୟ ପହଞ୍ଚି ପାରୁନଥିଲା ଏହି ରାସ୍ତା ପାଇଁ । ଗ୍ରାମବାସୀ ମିଶି କରି ବାଲିମାଟି ସହ ଅନ୍ୟାନ୍ୟ ସାମଗ୍ରୀ ଏକଜୁଟ କରି ନିଜ ହାତରେ ନିଜ ଗ୍ରାମ ପାଇଁ ରାସ୍ତା ତିଆରି କରି ପ୍ରଶାଶସନକୁ ମୁଁହତୋଡ଼ ଜବାବ ଦେଇଛନ୍ତି ।