ଟେକ୍ନୋ ଫ୍ୟାଟଂମ୍-୯ ସ୍ମାର୍ଟଫୋନ୍ ଫି୍ଲପ୍କାର୍ଟରେ ଉପଲବ୍ଧ

ଅଗ୍ରଣୀ ପ୍ରିମିୟମ୍ ସ୍ମାର୍ଟଫୋନ୍ ନିର୍ମାତା ଟେକ୍ନୋ ମୋବାଇଲ୍ ପକ୍ଷରୁ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଟ୍ରାନ୍ସସିଅନ୍୍ ଇଣ୍ଡିଆର ଫ୍ୟାଟଂମ୍-୯ ସ୍ମାର୍ଟଫୋନ୍ ଫ୍ଲିପ୍କାର୍ଟରେ ଉପଲବ୍ଧ ହେବ । ଏହା ୨୦୧୯ ଜୁଲାଇ ୧୭ ତାରିଖ ମଧ୍ୟାହ୍ନ ୧୨ଟାଠାରୁ ଉପଲବ୍ଧ ହେବ । ଫ୍ୟାଟଂମ୍-୯ରେ ଇନ୍ ଡିସପ୍ଲେ ଫଙ୍ଗର ପ୍ରିଂଟ୍ ସେନସର ସହିତ ୬ ଜିବି ରାମ୍ ରହିଛି । ଏହାର ମୂଲ୍ୟ ୧୪୯୯୯ ଟଙ୍କା ରହିଛି । ଏଥିରେ ଡୁଆଲ୍ ଫ୍ଲାଶ୍ ଲାଇଟ୍, ଡଟ୍ ନଚ୍ ସ୍କ୍ରିନ୍, ଆକର୍ଷଣୀୟ ଅରୋରା ଷ୍ଟାଇଲ୍ ଆଦି ବୈଶିଷ୍ଟ୍ୟ ରହିଛି । ଟେକ୍ନୋ ପକ୍ଷରୁ ଏହି ସ୍ମାର୍ଟଫୋନ୍ ଉପରେ ପ୍ରାରମ୍ଭିକ ଅଫର ‘୧୧୧’ ଉପଲବ୍ଧ ହେଉଛି । ଏହା ଅନ୍ତର୍ଗତ ୧୦୦ଦିନ ମଧ୍ୟରେ ଗୋଟିଏ ଥର୍ ସ୍କ୍ରିନ୍ ରିପ୍ଲେସମେଂଟ୍ ସୁବିଧା ତଥା ଏକ ବର୍ଷ ସହିତ ଏକ ମାସର ବର୍ଦ୍ଧିର୍ତ ୱାରେଂଟି ପ୍ରଦାନ କରାଯାଉଛି । ଏହା ନୋକଷ୍ଟ ମାସିକ ଇଏମଆଇ ୪୧୯ ଟଙ୍କାରେ ଉପଲବ୍ଧ । ଏସବିଆଇ କାର୍ହ ବ୍ୟବହାର କରୁଥିବା କ୍ରେତାଙ୍କ ପାଇଁ ୧୦% ରିହାତି ଉପଲବ୍ଧ ହେଉଛି । ଏହି ମୋବାଇଲ୍ରେ ୧୬ ଏମ୍ପି ଏଆଇ ପଛ କ୍ୟାମେରା, ୨ ଏମ୍ପି ଡେପଥ୍ ସେନସିଂ ଲେନ୍ସ୍ ଏବଂ ୮ ଏମ୍ପି ୱାଇଡ୍ ଆଙ୍ଗେଲ୍ କ୍ୟାମେରା ଆଦି ୩ ଟି ପଛ କ୍ୟାମେରା ରହିଛି । ଏଥିରେ ୩୨ଏମ୍ପି ସେଲଫି କ୍ୟାମେରା ରହିଛି । ୬.୪ ଇଂଚ ସ୍କ୍ରିନ୍, ଡଟ୍ ନଟ୍ ଏଫଏଚଡି ଏବଂ ଆମଲଏଡ୍ ଡିସପ୍ଲେ, ୯୧.୪୭% ବଡି ଟୁ ସ୍କ୍ରିନ୍ ରେସିଓ ରହିଛି । ଏହାର ଓଜନ ୧୬୪ ଗ୍ରାମ୍ ରହିଛି । ଏଥିରେ ୨.୩ ଜିଏଚଜେଡ୍ ଅକ୍ଟା -କୋର୍ ହେଲିଓ ପି-୩୫ ପ୍ରୋସେସର, ୧୨ଏନଏମ୍ ଜ୍ଞାନକୌଶଳ, ୧୨୮ ଜିବି ମେମୋରୀ, ୨୫୬ ବର୍ଦ୍ଧିତ ମେମୋରୀ, ୩୫୦୦ଏମଏଏଚ୍ ବ୍ୟାଟେରୀ ଆଦି ବୈଶିଷ୍ଟ୍ୟ ରହିଛି । ସୂଚନାଯୋଗ୍ୟ, ଟେକ୍ନୋ ମୋବାଇଲ୍ ଟ୍ରାନ୍ସସିଅନ୍ ହୋଲଡିଂର ଅଂଶବିଶେଷ । ଏହା ୨୦୦୬ରେ ସ୍ଥାପିତ ହୋଇଥିଲା । ଏହାର ଘରୋଇ ତଥା ଅନ୍ତର୍ଜାତୀୟସ୍ତରରେ ସଫଳତାର ସହିତ କାରବାର ଜାରି ରଖିଛି । ଏହା ବିଶ୍ୱର ୬୦ରୁ ଅଧିକ ଦେଶରେ କାରବାର ଜାରି ରଖିଛି । ଏହା ଆଫ୍ରିକାର ଶ୍ରେଷ୍ଠ ୩ଟି ମୋବାଇଲ୍ ବ୍ରାଣ୍ଡ୍ ମଧ୍ୟରେ ସ୍ଥାନ ହାସଲ କରିପାରିଛି । ଏହା ମାଂଚେଷ୍ଟର ସିଟି ଫୁଟବଲ୍ କ୍ଲବ୍ର ଅଫିସିଆଲ ଟ୍ୟାବଲେଟ୍ ଏବଂ ହ୍ୟାଣ୍ଡ୍ସେଟ୍ ପାର୍ଟନର ଭାବେ କାର୍ଯ୍ୟ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ