ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷ ପଦ ହାତେଇଲା କଂଗ୍ରେସ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) ବହୁ ଚର୍ଚ୍ଚିତ ଦାରିଙ୍ଗବାଡି ବ୍ଲକ ଅଧକ୍ଷ ପଦବୀକୁ ହାତେଇ ନେଲା କଂଗ୍ରେସ । ଶାସକ ଦଳ ତଥା ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ସାଲୁଗା ପ୍ରଧାନ ନିଜର ପାରୁପର୍ଯ୍ୟନ୍ତ ଚେଷ୍ଟା କରି ମଧ୍ୟ ନିଜ ଦଳ ସପକ୍ଷରେ ବହୁମତ ହାସଲ କରି ପାରିନଥିବା ବେଳେ କଂଗ୍ରେସ ଦଳର ପ୍ରାର୍ଥୀ ରୁଦା ମଲିକ ବ୍ଲକ ଅଧକ୍ଷ ପଦବୀକୁ ଅକ୍ତିଆର କରିଛନ୍ତି ।ମିଳିଥିବା ସୂଚନା ଅନୁଯାୟୀ, ବ୍ଲକ ଅଧକ୍ଷ ପାଇଁ ବୁଧବାର ନିର୍ବାଚନ ହୋଇଥିବା ବେଳେ ଦୁଇ ଦଳରେ ୧୨ଜଣ ଲେଖାଏଁ ସମିତି ସଭ୍ୟ ସଭ୍ୟାଙ୍କ ସମର୍ଥନ ରହିଥିଲା । ଶେଷରେ ଧର୍ମ ଗୁଳା ପକାଯାଇଥିଲା । ଏହି ଧର୍ମ ଗୁଳାରେ ତାଜୁଙ୍ଗିଆ ସମିତି ସଭ୍ୟା ରୁଦା ମଲିକ ବିଜୟୀ ହୋଇଥିବା ନେଇ ଘୋଷଣା କରାଯାଇଛି । ଆଇନ ଶୃଙ୍ଖଳା ବ୍ୟବସ୍ତା ପାଇଁ ଦାରିଙ୍ଗବାଡି ଥାନା ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଶୃଙ୍ଖଳାର ସହିତ ନିର୍ବାଚନ ଶେଷ ହୋଇଥିବା ବିଡିଓ ଜଗଦୀଶ ଷଢ଼ଙ୍ଗୀ ସୁଚନା ଦେଇଛନ୍ତି।


