କୁକୁରଙ୍କୁ ନିୟନ୍ତ୍ରଣ କରିବ ରିମୋଟ!

ଚୀନରେ ବର୍ତ୍ତମାନ ଅପରାଧୀଙ୍କ ଉପରେ ଅଙ୍କୁଶ ଲଗାଇବାକୁ ସବୁପ୍ରକାର ଚେଷ୍ଟା ଚଳାଇଛି । କିଭଳି ଅଧିକରୁ ଅଧିକ ଅପରାଧୀ ଖୁବ୍ଶୀଘ୍ର ଧରାପଡିବେ ସେଥିପାଇଁ ଚୀନ୍ ବିଭିନ୍ନ ଉପାୟ କରୁଛି । ସେହିଭଳି ଉପାୟ ମଧ୍ୟରୁ ଗୋଟିଏ ହେଉଛି ପୁଲିସ୍ କୁକୁରକୁ ରିମୋଟରେ ନିୟନ୍ତ୍ରଣ । କଥାଟି ଟିକେ ଅଜବ ଲାଗିଲେ ମଧ୍ୟ ସତ । ଚୀନ ଏପରି ଏକ ରିମୋଟ୍ ବିକଶିତ କରିଛି ଯାହା ସାହାଯ୍ୟରେ କୁକୁରଙ୍କୁ କଣ୍ଟ୍ରୋଲ କରିହେବ । ଏକ ରିପୋର୍ଟ ଅନୁଯାୟୀ କୁକୁରମାନେ ଅଲଟ୍ରାସୋନିକ ତରଙ୍ଗ ଶୁଣିପାରନ୍ତି । ଯାହାଦ୍ୱାରା ସେମାନଙ୍କୁ ସେହି ତରଙ୍ଗ ସାହାଯ୍ୟରେ ଅଧୀନରେ ରଖିହେବ । ଏହି ଉପାୟ ଦ୍ୱାରା ଅପରାଧୀଙ୍କୁ ସହଜରେ ଧରାଯାଇ ପାରିବ । କାରଣ ଏହାଦ୍ୱାରା ଅପରାଧୀଙ୍କୁ ସନ୍ଦେହ ହେବନାହିଁ ଯେ ତାଙ୍କୁ ପୁଲିସ୍ କୁକୁର ଅନୁସରଣ କରୁଛି । କାରଣ କୁକୁର ନିକଟରେ କୌଣସି ପୁଲିସ୍ ଅଧିକାରୀ ରହିବେ ନାହିଁ । ପୁଲିସ୍ ଏହାର ବ୍ୟବହାର କରିବା ପାଇଁ ସରକାରଙ୍କ ନିକଟରେ ଆବେଦନ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ