ବିଜେଡି ସଂଖ୍ୟାଲଘୁ ସେଲ ସାଧାରଣସମ୍ପାଦକ ସେକ ଅବଦୁଲ୍ଲାଙ୍କ ନେତୃତ୍ୱରେ ପାଟକୁରାରେ ନିର୍ବାଚନ ପ୍ରଚାର

କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍) : ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲର ସାଧାରଣ ସମ୍ପାଦକ ସେକ ଅବଦୁଲ୍ଲାଙ୍କ ନେତୃତ୍ୱରେ ପାଟକୁରା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଡେରାବିଶ ବ୍ଲକ,ଗରଦପୁର ବ୍ଲକ ଓ ର ବିଭିନ୍ନ ପଂଚାୟତରେ ଥିବା ସଂଖ୍ୟାଲଘୁ ବସ୍ତି ଗୁଡିକରେ ବିଜେଡି ବିଧାୟିକା ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରୱାଲଙ୍କ ନିମନ୍ତେ ଯୋରଦାର ପ୍ରଚାର କରାଯିବା ସହିତ ପ୍ରତ୍ୟେକ ବସ୍ତିରେ ବୈଠକ କରାଯାଇ ଦଳର ସଂଗଠନକୁ ମଜଭୁତ କରାଯାଉଛି । ଏହି ବୈଠକ ଗୁଡିକରେ ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ତଥା ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ମୁନା ଖାଁ, ମନ୍ତ୍ରୀ ସମୀର ରଞ୍ଜନ ଦାସ,ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ ସମ୍ପାଦକ ରିଜୁୱାନା ବେଗମ,ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ ସମ୍ପାଦକ ସେକ ଫାରୁଖ,ଅଜଗର ଅଲ୍ଲୀ ଖାନ,ଆଫତାବ ଆଲାମ,ମନସୁର ଅଲ୍ଲୀ,କମିରୁଦ୍ଦିନ ଖାନ,ଜୁବେର ବେଗ,ସାବିର ଖାନ,ଡେରାବିଶ ବ୍ଲକ ଯୁବ ବିଜେଡି ସଭାପତି ଗୋଲଖ ସାହୁ ପ୍ରମୁଖ ଯୋଗଦେଇ ନିର୍ବାଚନ ପ୍ରଚାର କରିଛନ୍ତି । ପ୍ରାୟ ଏକମାସ ଧରି ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲର ସାଧାରଣ ସମ୍ପାଦକ ସେକ ଅବଦୁଲ୍ଲା ଏହି ପ୍ରଚାର କାର୍ଯ୍ୟ ଚଳାଇଆସୁଥିବା ବେଳେ ଚଳିତ ନିର୍ବାଚନରେ ଦଳର ପ୍ରାର୍ଥୀନୀ ନିଶ୍ଚିନ୍ତ ଜୟଯୁକ୍ତ ହେବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ