ବ୍ରାହ୍ମଣୀଗାଁର ମାତୃଗୃହ ଗର୍ଭବତୀଙ୍କ ପାଇଁ ସୁରକ୍ଷା କବଚ ପାଲଟିଛି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବର୍ତ୍ତମାନ ସମଗ୍ର ବିଶ୍ୱ କରୋନା ମହାମାରୀ ସହ ଲଢେଇ କରୁଥିବା ବେଳେ ଦେଶ ତଥା ରାଜ୍ୟରେ ତାଲାବନ୍ଦ ଅଭିଯାନ ପାଳନ କରାଯାଉଛି । ସ୍ୱାସ୍ଥ୍ୟ ବିଭାଗର ବିଶେଷଜ୍ଞମାନଙ୍କ ପରାମର୍ଶ ଅନୁଯାଇ ଗର୍ଭବତୀ ,ଶିଶୁ ଓ ବୃଦ୍ଧାବସ୍ଥା ଲୋକଙ୍କୁ ଅତି ସତର୍କତା ଅବଲମ୍ବନ କରିବାକୁ ବାରମ୍ବାର କୁହାଯାଉଛିି । ହେଲେ ଦୁର୍ଗମ ଅଂଚଳ ମାନଙ୍କରେ ରହୁଥିବା ଗର୍ଭବତୀ ନାନା ସମସ୍ୟାର ସମ୍ମୁଖିନ ହେଉଥିବା ନଜିର ରହିଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ସ୍ଥିତ ମାତୃଗୃହ ଗର୍ଭବତୀଙ୍କ ପାଇଁ ସୁରକ୍ଷା କବଚ ସାଜିଛି । ତାଲାବନ୍ଦ ପାଳନ ଦିନ ଠାରୁ ଆଜି ପର୍ଯ୍ୟନ୍ତ ୭୩ ଜଣ ଶିଶୁ ଜନ୍ମ ହୋଇଥବା ବେଳେ ଆଉ ଛଅ ଜଣ ମା’ ପ୍ରସବ ଅପେକ୍ଷାରେ ମାତୃ ଗୃହରେ ରହିଥିବା ଦେଖିବାକୁ ମିଳିଛି।ବ୍ରାହ୍ମଣୀଗାଁ ସ୍ଥିତ ଆମଗାଁ ସ୍ୱେଛାସେବୀ ଅନୁଷ୍ଠାନ ଦ୍ୱାରା ଏହି ମାତୃଗୃହ ପରିଚାଳନା ହେଉଥିବା ବେଳେ ଏଠାରେ କାର୍ଯ୍ୟରତ କର୍ମଚାରୀମାନେ ଦୁର୍ଗମ ଅଂଚଳମାନଙ୍କୁ ଯାଇ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ଦେଖାଯାଇଛି । ଅନୁଷ୍ଠାନର ସମ୍ପାଦକ ପ୍ରତିଦିନ ଗାଁ’ ଗାଁ’ ବୁଲି କରୋନା ସମ୍ପର୍କରେ ସଚେତନା ସୃଷ୍ଠି କରୁଥିବା ବେଳେ ଏଏନଏମ୍. ସୁଦ୍ଧାମୟୀ ମହାମଲ୍ଲିକ, ମହିଳା ସ୍ୱାସ୍ଥ୍ୟକର୍ମୀ ବବିତା ସିଂ, କୁଞ୍ଜଲତା ଦେଉରୀ, ରିତା ପଡ୍ରା ନିଳାବତୀ ପଡ୍ରା ଅଂଚଳର ୬ଗୋଟି ପଂଚାୟତ, ସରାମୂଳୀ, ତାଜୁଙ୍ଗିଆ, ଗଦାପୁର ହାତୀମୁଣ୍ଡା, କାଟିଙ୍ଗିଆ କୁମ୍ଭାରୀଗାଁ ପଞ୍ଚାୟତ ର ୯୩ଟି ଗ୍ରାମରୁ ଗର୍ଭବତୀମାନଙ୍କୁ ସଂଗ୍ରହ କରି ପ୍ରସବର ୭ ରୁ ୧୦ ଦିନ ପୂର୍ବରୁ ବାଇକ୍ ଆମ୍ବୁଲାନ୍ସ, ଆରୋଗ୍ୟପ୍ଲସ୍ ଗାଡିଯୋଗେ ମାତୃଗୃହକୁ ଆଣିବାର ବ୍ୟବସ୍ଥା କରି ସେମାନଙ୍କର ସ୍ୱତନ୍ତ୍ର ଯତ୍ନ ନେବା ସହ ବିଭିନ୍ନ ଶିକ୍ଷା ଦିଆଯାଉଥିବା ଦେଖିବାକୁ ମିଳିଛି।ମହିଳାମାନେ କିପରି ନବଜାତ ଶିଶୁର ଯତ୍ନନେବେ, ‘ଛ’ ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଇବେ, ପୁଷ୍ଟିକର ଖାଦ୍ୟ ସେବନ, ଗର୍ଭ ଧାରଣ ବ୍ୟବଧାନର ସ୍ଥାୟୀ ଓ ଅସ୍ଥାୟୀ ପଦ୍ଧତି ଟିକାକରଣ, ପରିଷ୍କାର ପରିଚ୍ଛନ୍ନ ରହିବା ସହ କରୋନା ମୁକାବିଲା ପାଇଁ ସର୍ବଦା ମାସ୍କ ବ୍ୟବହାର କରିବା ଘରେ ଓ ବାହାରେ ସାମାଜିକ ଦୂରତାକୁ ବଜାଇ ରଖିବା ବାରମ୍ବାର ସାବୁନରେ କିମ୍ବା ସାନିଟାଇଜରରେ ହାତକୁ ଧୋଇବା ଆଦି ଶିକ୍ଷା ଦିଆଯାଉଥିବା ମହିଳାସ୍ୱାସ୍ଥ୍ୟକର୍ମୀ ବବିତା କହିଛନ୍ତି। ସମ୍ପାଦକ କିଶୋର ବଲ୍ୟାର ସିଂଙ୍କ ନେତୃତ୍ୱରେ ଅନୁଷ୍ଠାନର କର୍ମଚାରୀମାନେ କରୋନାକୁ ନ ଡ଼ରି ଅନବରତ ଅଂଚଳବାସୀଙ୍କୁ ସେବା ଯୋଗାଇ ଆସୁଥିବାରୁ ବୁଦ୍ଧିଜୀବି ମହଲରୁ ପ୍ରସଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ