ରଥଯାତ୍ରା ପାଇଁ ସୁପ୍ରିମକୋର୍ଟରେ ଦାଏର ହେଲା ମୋଡ଼ିଫିକେସନ୍‌ ପିଟିସନ୍‌

ପୁରୀ : ରଥଯାତ୍ରା କରିବା ପାଇଁ ପୁଣି ପିଟିସନ ଦାଏର କରାଯାଇଛି । ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ଗୁରୁତ୍ବପୂର୍ଣ୍ଣ ରାୟରେ ଆଂଶିକ ପରିବର୍ତ୍ତନ କରିବାକୁ ଏହି ପିଟିସନରେ ଆବେଦନ କରାଯାଇଛି । ପୁରୀ ରଥଯାତ୍ରା ପାଇଁ ସୁପ୍ରିମ୍‌କୋର୍ଟରେ ମୋଡିଫିକେସନ୍‌ ପିଟିସନ୍‌ ଦାଏର ହୋଇଛି । ଏଥିରେ କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦେବାକୁ ଆବେଦନ କରାଯାଇଛି । ଏନେଇ ପିଟିସନ ଦାୟର କରିଛନ୍ତି ପକ୍ଷଭୁକ୍ତ ଆବେଦନକାରୀ ଅଫତାବ ହୁସେନ । ପୁରୀ ସହରକୁ ସଟ୍‌ଡାଉନ୍‌ ଘୋଷଣା କରି ରଥଯାତ୍ରା କରାଯାଉ ବୋଲି ଏହି ଆବେଦନ କରାଯାଇଛି । ଚଳିତ ବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଭାରତର ସର୍ବୋଚ୍ଚ ଅଦାଲତ ରଥଯାତ୍ରା ବନ୍ଦ ନେଇ ରାୟ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ