ଅମର ଶହୀଦ୍‌ଙ୍କୁ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ସ୍ୱେଚ୍ଛାସେବୀ ଅନୁଷ୍ଠାନ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ଗଲ୍‌ୱାନ୍ ଘାଟୀରେ ଶହୀଦ୍ ହୋଇଥିବା ଉତ୍କଳ ତଥା ଭାରତୀୟ ଯବାନମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଚୀନ୍‌ର ବର୍ବରୋଚିତ ଆକ୍ରମଣରେ ଭାରତୀୟ ଯବାନମାନେ ଅପୂର୍ବ ବୀରତ୍ୱ ପ୍ରଦର୍ଶନ କରି ଦେଶମାତୃକାର ରକ୍ଷା କରିଛନ୍ତି । ଓଡ଼ିଶାର ଦୁଇ ଅମର ଶହୀଦ୍ ଚନ୍ଦ୍ରକାନ୍ତ ପ୍ରଧାନ ଓ ଶହୀଦ୍ ନନ୍ଦୁରାମ୍ ସୋରେନ୍ ନିଜର କର୍ତବ୍ୟନିଷ୍ଠା, ବୀରତାର ପରାକାଷ୍ଠା ଦେଖାଇ ନିଜର ପ୍ରାଣବଳି ଦେଇଛନ୍ତି । ତାଙ୍କ ପ୍ରତି ଓ ସମଗ୍ର ଶହୀଦ୍ ଯବାନମାନଙ୍କ ପ୍ରତି ଦେଶମାତୃକାର ସ୍ଲୋଗାନ ଦେବା ସହିତ ଚୀନ୍ ଦ୍ରବ୍ୟକୁ ବର୍ଜନ ଓ ଭାରତ ସରକାର ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଫାଉଣ୍ଡେସନ ପକ୍ଷରୁ ମତବ୍ୟକ୍ତ କରାଯାଇଥିଲା । ଅନୁଷ୍ଠାନର ସଭାପତି ସମାଜସେବୀ ଶିବ ନାରାୟଣ ମିଶ୍ର ଓ ସଂପାଦିକା ସମିତା ମହାରଣା ଉପସ୍ଥିତ ରହିବା ସହ ତାଙ୍କ ବଳିଦାନ ସମ୍ବନ୍ଧରେ ସ୍ମୃତିଚାରଣ କରିଥିଲେ । ପ୍ରତିଷ୍ଠାତା ସମାଜସେବୀ ସୀତାଂଶୁ ଶେଖର ମହାରଣାଙ୍କ ସଂଯୋଜନାରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା । ଫାଉଣ୍ଡେସନ ପକ୍ଷରୁ କିଶୋର କୁମାର ମୁଦୁଲି, ବ୍ରଜବନ୍ଧୁ ପରିଡ଼ା, ପ୍ରଶାନ୍ତ ବାରିକ, ପ୍ରଫୁଲ୍ଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ