ଅତର ପକାଇବାର ବିଧି
ଅତରକୁ ନେଇ ଯୁବପିଢ଼ିଙ୍କ ମନ ଭିତରେ ଆଗ୍ରହ ଦିନକୁ ଦିନ ବଢ଼ିବାରେ ଲାଗିଛି । ନୂଆ ନୂଆ ବାସ୍ନା ପ୍ରତି ଯୁବପିଢ଼ିଙ୍କର ସ୍ୱତନ୍ତ୍ର ଆକର୍ଷଣ ଦେଖିବାକୁ ମିଳୁଛି । ବାସ୍ନାକୁ ଯେତିକି ଯେତିକି ଉତ୍ସୁକତା ରହିଛି, ଅତରର ବାସ୍ନା କିପରି ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ ତାହାକୁ ନେଇ ବେଶି ଉତ୍ସୁକତା ଦେଖିବାକୁ ମିଳୁଛି । ସେଥିପାଇଁ କେହି କେହି ହାର୍ଡ ଅତର ନେଉଥିବାବେଳେ ଆଉ କେହି ଆବଶ୍ୟକତାରୁ ଅଧିକ ଅତର ବ୍ୟବହାର କରିଥାନ୍ତି । ମାତ୍ର ମନେ ରଖନ୍ତୁ ସେପରି କଲେ ଅତରର ବାସ୍ନା ଦୀର୍ଘ ସମୟ ପାଇଁ ରୁହେ ନାହିଁ । କ’ଣ କଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ବାସ୍ନା ରହିବ ତାହା ନିମ୍ନରେ ଉଲ୍ଲେଖ କରାଯାଇଛି ।ଗାଧୋଇ ସାରିବା ପରେ ଶେଷରେ ଗୋଟିଏ ମଗ୍ ପାଣିରେ ଆକର୍ଷଣୀୟ ଅତର ମିଶ୍ରଣ କରାଇ ଦେହରେ ଢ଼ାଳି ଦିଅନ୍ତୁ । ତା’ପରେ ପୋଛି ହୋଇ ପୋଷାକ ପିନ୍ଧନ୍ତୁ ଦେଖିବେ ଦିନସାରା ଆପଣଙ୍କ ଦେହରୁ ଅତର ବାସ୍ନା ଛାଡ଼ିବନାହିଁ ।ବଡି ଲୋସନ ତ ଲଗାଉଥିବେ ନିଶ୍ଚୟ । ବଡ଼ି ଲୋସନ୍କୁ ପାପୁଲିରେ ନିଅନ୍ତୁ । ସେଥିରେ ଟିକେ ଅତର ସ୍ପ୍ରେ କରି ଶରୀରରେ ଲଗାନ୍ତୁ । ଏମିତି କଲେ ବି ବାସ୍ନା ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ ।
ଶରୀରରେ ଗଣ୍ଠି ମୁଣ୍ଡରେ ଅତର ସ୍ପ୍ରେ କଲେ ବାସ୍ନା ବେଶି ସମୟ ରହିଥାଏ । କହୁଣୀର ଉପର ପାଶ୍ୱର୍, ନାଭି, କାନ ତଳ, ଅଣ୍ଟା, ବକ୍ଷ ଆଦି ସ୍ଥାନରେ ଅତର ପକାଇଲେ ସହଜରେ ବାସ୍ନା ଯାଏ ନାହିଁ । ଦୀର୍ଘ ସମୟ ପର୍ଯ୍ୟନ୍ତ ଶରୀରରୁ ସୁଗନ୍ଧ ଆସେ ।ମନେରଖନ୍ତୁ ଗାଧୋଇବା ସଙ୍ଗେ ସଙ୍ଗେ ହିଁ ଓଦା ଦେହରେ ଅତର ବ୍ୟବହାର କରିବା ଖୁବ୍ ଭଲ । ଏହା ଲୋମ ମୂଳରେ ଭେଦିଯିବା ହେତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାସିଥାଏ ।


