ଜିଆରଏସ ନିଯୁକ୍ତି ବିଜ୍ଞାପନରେ ସଂରକ୍ଷଣ ଆଇନକୁ ଖୋଲାଖୋଲି ଉଲ୍ଲଂଘନ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ଡିଆରଡିଏ ପକ୍ଷରୁ ଚଳିତ ମାସ ଡିଆରଡିଏ ପତ୍ରସଂଖ୍ୟା ୫୬୧୪ ତା୬/୬/୨୦୨୦ ଦିନ ବିଜ୍ଞପ୍ତି ଜାରି କରାଯାଇଥିଲା ଯେ ଜିଆରଏସ ସେ ନିଯୁକ୍ତିରେ ୪୨ ଟି ପଦରୁ ୩୨ ଟି ସାଧାରଣ ବର୍ଗର ପୁରୁଷ ଓ ମହିଳା ଏବଂ ୧୦ଟି ଦଳିତ ବର୍ଗର ପୁରୁଷ ଓ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ।ଯେତେ ମୟୂରଭଂଜ ଜିଲ୍ଲା ଆଦିବାସୀ ବହୁଳ ଅଂଚଳ । କିନ୍ତୁ ଏସଟି ପିଲାଙ୍କ ପାଇଁ ସଂରକ୍ଷଣ ନାହିଁ । ଏହାକୁ ନେଇ ଏସଟି ପିଲାଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ଡିଆରଡିଏ ସରକାରୀ ଚାକିରୀ ଓ ପଥର ସଂରକ୍ଷଣ ଆଇନ( ଓଆରଭି ଆକ୍ଟକୁ ସିଧାସଳଖ ଉଲଂଘନ କରାଯାଇଛି । ସରକାର ତୁରନ୍ତ ବିଜ୍ଞାପନକୁ ରଦ୍ଦ କରି ସରକାରୀ ଚାକିରୀ ଓ ପଦ ସଂରକ୍ଷଣ ଆଇନ (ଓଆରଭି ଆକ୍ଟ)୧୯୭୫ ଅନୂଯାୟୀ ଆଦିବାସୀ (ଜନଜାତି) ବର୍ଗର ପ୍ରାର୍ଥୀଙ୍କ ପଦ ସଂରକ୍ଷଣ ଦେଇ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରାଯାଉ ଓ ସାନି ବିଜ୍ଞାପନ ପ୍ରକାଶ କରିବା ସହ ଏହି ଆଇନକୁ ଉଲଂଘନ କରିଥିବା ବିଭାଗୀୟ। ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉପରେ ଓଡ଼ିଶାର ଅଗ୍ରଣୀ ଅନୁଷ୍ଠାନ ‘ଆଦିବାସୀ ସାମାଜିକ-ଶିକ୍ଷା ଓ ସାଂସ୍କୃତିକ ସଂଘ,ଓଡି, ରାଇରଙ୍ଗପୁର ତରଫରୁ ଏକ ଦାବିପତ୍ର ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କୁଙ୍କୁ ପ୍ରଦାନ କରାଯାଇଥିଲା । ସେହିଭଳି ବାଲେଶ୍ୱରର ଜିଲ୍ଲା ଗୁଡିପଦା ଗ୍ରାମର ଆଦିବାସୀଙ୍କ ପୂଜାପୀଠ(ଜାହେରା)ଉପରେ ବୋୱଡଜର ଲଗାଇ ଭାଙ୍ଗିବା ଓ ମୟୂରଭଞ୍ଜ ଜିଲ୍ଲାର ଜାମଦା ବ୍ଲକର ଦେଓକୁଣ୍ଡି ଗ୍ରାମରେ ଥିବା କାରିଲାଟା ନାମକ ଜାନ୍ତାଳ ଜାହିରା ପୀଠକୁ ବେନିୟମ ଭାବରେ ଜନୈକ କ୍ରସର ମାଲିକକୁ ଲିଜ ପ୍ରଦାନ କରିବା ନେଇ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ତୁରନ୍ତ ଦାବିଗୁଡିକ ଯଦି ୧୫ଦିନ ମଧ୍ୟରେ ପୁରଣ କରା ନଯାଏ ତାହାହେଲେ ସମସ୍ତ ଆଦିବାସୀ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବେ ବୋଲି ଆସେକା ସଭାପତି ରବୀନ୍ଦ୍ର ନାଥ ହେମ୍ବ୍ରମ , ସଂପାଦକ- ଜୀତେନ୍ଦ୍ର ନାଥ ହାଁସଦା, ଅଧ୍ୟକ୍ଷ ସୂର୍ଯ୍ୟ ହେମ୍ବ୍ରମ ଏବଂ ଅନ୍ୟ ସାଥୀମାନେ ଦାବିପତ୍ର ପ୍ରଦାନରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ