ବିଜେପି ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟରେ “ବିଶ୍ୱ ଯୋଗ ଦିବସ” ପାଳିତ
ବିଜେପି ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟରେ “ବିଶ୍ୱ ଯୋଗ ଦିବସ” ପାଳିତ ବ୍ରହ୍ମପୁର (ଅନିଲ କୁମାର) : ରବିବାର ସକାଳେ ଷଷ୍ଠ ତମ “ଆନ୍ତର୍ଯ୍ୟାତୀୟ ଯୋଗ ଦିବସ” ଅବସରରେ ବିଜେପି ପରିବାର ପକ୍ଷରୁ ସ୍ଥାନୀୟ ଗାନ୍ଧୀନଗର ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ “ବିଶ୍ୱ ଯୋଗ ଦିବସ” ପାଳିତ ହୋଇଯାଇଛି । ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୟାସରେ ଆଜି ସମଗ୍ର ବିଶ୍ୱ ଭାରତୀୟ ସଂସ୍କତିର ଯୋଗ ପଦ୍ଧତିକୁ ଗ୍ରହଣ କରିବା ସହ ‘ଯୋଗ’ ମାଧ୍ୟମରେ ସୁସ୍ଥ ଜୀବନ ଅତିବାହିତ କରିବାର ଧାରାରେ ଅଗ୍ରସର ହେଉଛି । ବର୍ତ୍ତମାନ ସ୍ଥିତିରେ ଯୋଗ ସମସ୍ତଙ୍କ ପାଇଁ ଗୁରୁତ୍ୱପୁର୍ଣ । କାରଣ ନିୟମିତ ଯୋଗ ଅଭ୍ୟାସ ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୢଦ୍ଧି ପାଏ । ଯୋଗ’କୁ ଦିନଚର୍ଯ୍ୟାରେ ସାମିଲ କଲେ ଏହା ରୋଗ,ଶୋକ,ଦୁଃଖ ଏବଂ ଚିନ୍ତାରୁ ମୁକ୍ତ କରାଇ ସୁସ୍ଥ ଜୀବନଯାପନ କରିବାରେ ସହାୟକ ହୁଏ । କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଏବେ ବିଶ୍ୱ ସମୁଦାୟ ‘ଯୋଗ’ ଉପରେ ନିର୍ଭରଶୀଳ । ଯୋଗ ଅଭ୍ୟାସ ଦ୍ୱାରା ଅଧିକ ମାତ୍ରାରେ ଅମ୍ଳଜାନ ଫୁସଫୁସରେ ପହଁଚି ଏହାର କ୍ରିୟାଶୀଳତା ବୢଦ୍ଧି କରିଥାଏ । ଯାହାକି ସାର୍ସ କୋଭିଡ଼-୧୯ ସଂକ୍ରମଣକୁ ପ୍ରତିହିତ କରିବାରେ ସହାୟକ ହୋଇଥାଏ ।ତେଣୁ ଜାତିସଂଘ ପକ୍ଷରୁ ଚଳିତବର୍ଷର ଥିମ୍ ରଖାଯାଇଛି “ଘରେ ରହି ଯୋଗ କରି ସୁସ୍ଥ ରହନ୍ତୁ” । ଆଜି ବିଶ୍ୱର ୧୮୬ ଗୋଟି ଦେଶରେ ଏହି ଭାରତୀୟ ପରମ୍ପରାକୁ ଗ୍ରହଣ କରି ଆଜିର ଦିନକୁ “ବିଶ୍ୱ ଯୋଗ ଦିବସ” ଭାବେ ପାଳନ କରିଛନ୍ତି । ଆଜି ବିଭିନ୍ନ ଅନୁଷ୍ଠାନ ସମେତ ଘରେ ଘରେ ପରିବାର ସହ ଆବାଳ ବୢଦ୍ଧବନିତା ଏହାକୁ ପାଳନ କରିଛନ୍ତି । ସେହି କ୍ରମରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ବରିଷ୍ଠ ନେତା କାହ୍ନୁ ଚ଼ରଣ ପତିଙ୍କ ନେତୢତ୍ୱରେ ଯୋଗ ଦିବସକୁ ପାଳନ କରାଯାଇଥିଲା । ଏହି ଯୋଗ ଶିବିରରେ ଜିଲ୍ଲାର ପ୍ରଭାତ କିରଣ ଷଡ଼ଙ୍ଗୀ, ସୁନିଲ କୁମାର ସାହୁ, ମଦନ ମୋହନ ପାତ୍ର, ଏନ୍.ରାଜେନ୍ଦ୍ର କୁମାର, କିରଣ କୁମାର ସାହୁ, ସୁନିଲ ପାତ୍ର, ଉପେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସାମାଜିକ ଦୂରତାକୁ ସଂପୁର୍ଣ ପାଳନ କରାଯାଇ ଏହି ଯୋଗ ଶିବିର ବିଜେପି ପରିବାରରେ ଅନୁଷ୍ଠିତ ହେଇଥିଲା । ସେହିଭଳି ଗୋଳନ୍ଥରା ଠାରେ ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୢତ୍ୱରେ ପରିଚାଳିତ “ଯୋଗ ଶିବିରରେ” ରାଜେଶ ସାହୁ, ଗଙ୍ଗାଧର ଶତପଥି, ରଜତ ପଣ୍ଡିତ, ସୁଭାଶୀଷ ସାହୁ, ସନତ କୁମାର ନାୟକ, ଦିଲ୍ଲିପ କୁମାର ସାହୁ, ମହେନ୍ଦ୍ର ପାତ୍ର, ଝୁନା ସାହୁ, ବିନୋଦ ପଟନାୟକ, କେ.ନରସିଙ୍ଗଲୁ ରେଡ୍ଡୀ, ବାବଜୀ ଓଡ଼ିଆ, ଏଙ୍କିଟି ରେଡୀ ପ୍ରମୁଖ ଯୋଗ ଦେଇଥିଲେ ।


