ବିଜେଡିର ଜନସଂପର୍କ ପଦଯାତ୍ରା ଶୁଭାରମ୍ଭ
ଆସିକା (ୱାଇଏନ୍ଏସ୍) : ବିଗତବର୍ଷ ମାନଙ୍କ ପରି ଚଳିତବର୍ଷ ମଧ୍ୟ ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଜନତା ଦଳ ପକ୍ଷରୁ ସାରା ରାଜ୍ୟରେ ଜନସଂପର୍କ ପଦଯାତ୍ରା ଆରମ୍ଭ ହୋଇଯାଇଛି । ଏହି ଅବସରରେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ସାଂସଦ ପ୍ରମିଳା ବିଷୋୟୀ ଓ ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ନେତୃତ୍ୱରେ ଶହଶହ ଦଳୀୟ ନେତା ଓ କର୍ମୀି ବିଜୁ ପଟ୍ଟନାୟକ ଛକରେ ପହଞ୍ଚି ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ପରେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଚିକିତ୍ସାଧୀନ ରୋଗୀଙ୍କ ଆଶୁ ଆରୋଗ୍ୟ କାମନା କରିବା ସାଙ୍ଗକୁ ଫଳ ବଣ୍ଟନ କରିଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଏହି ଜନସଂପର୍କ ପଦଯାତ୍ରାର ପ୍ରଥମ ଦିବସରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ପ୍ରମିଳା ବିଷୋୟୀ, ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ୱାଇଁ, ଗଞ୍ଜାମ ଜିଲ୍ଲା ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାନେତ୍ରୀ ତଥା ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଅନିମା ପରିଡା, ବିଜୁ ଯୁବ ଜନତା ଦଳର ଗଞ୍ଜାମ ଜିଲ୍ଲା ସଭାପତି ନଚିକେତା ସ୍ୱାଇଁ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ପରିଡା, ଜିଲ୍ଲା ପରିଷଦ ସଦସ୍ୟ ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ବି.ମନୋଜ କୁମାର ଦୋରା, ବରିଷ୍ଠ ବିଜେଡି ନେତା ଭବାନୀ ଶଙ୍କର ମଲିକ ଏବଂ ଦିଲୀପ କୁମାର ପାଣିଗ୍ରାହୀ, ପ୍ରସନ୍ନ କୁମାର ତ୍ରିପାଠୀ, ଜି.ସୂର୍ଯ୍ୟପ୍ରକାଶ ରାଓ, ଅନିଲ୍ କୁମାର ନାୟକ, ଆସିକା ବ୍ଳକ ବିଜେଡି ସଭାପତି ବିଦ୍ୟାନ୍ତ କୁମାର ଚର୍ଚ୍ଚି, ଆସିକା ନଗର ବିଜେଡି ସଭାପତି ଏମ୍.ତାରିଣୀ ସେନାପତି, ଆସିକା ନଗର ବିଜେଡିର ମହିଳା ସଭାନେତ୍ରୀ ଏମ୍.ରଶ୍ମିତା ସେନାପତି ପ୍ରମୁଖ ଉଦ୍ବୋଧନ ଦେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ କ୍ଷେତ୍ରରେ ବିଫଳତା ଓ ବିଜେପିର ମିଥ୍ୟା ପ୍ରତିଶୃତିକୁ ପ୍ରସଙ୍ଗ କରି ଦଳୀୟ ନେତା ଓ କର୍ମୀମାନେ ଲୋକଙ୍କୁ ସଚେତନ କରିବାକୁ ଆହ୍ୱାନ କରିବା ସାଙ୍ଗକୁ ସାଢେ ୪ କୋଟି ଓଡିଶାବାସୀଙ୍କ ସ୍ୱାର୍ଥ୍ୟ ଓ ସ୍ୱାଭିମାନ ପାଇଁ ସଂଗ୍ରାମକୁ ଆହୁରି ଶାଣିତ କରିବାକୁ ପରାମର୍ଶ ଦେବା ସହ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ଓ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ୱାର୍ଥ ବିଜେଡିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଥିଲା ବେଳେ ଦରଦାମ୍ ବୃଦ୍ଧି ଠାରୁ ଆରମ୍ଭ କରି ନାରୀ ସୁରକ୍ଷା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଥିବା ଖଣି ଓ ଖଣିଜ ସଂପଦ ଆଇନ (ଏମ୍ଏମ୍ଡିଆର୍ ଆକ୍ଟ) ନିୟନ୍ତ୍ରଣ ଅଧିନିୟମ ପର୍ଯ୍ୟନ୍ତ ଏସବୁ ଘଟଣା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ପ୍ରକାଶ କରିବା ସହ କେନ୍ଦ୍ର ଏବଂ ରାଜ୍ୟର ଭାଜପା ସରକାରଙ୍କ ବିଭିନ୍ନ ଜନବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଏହି ଜନସଂପର୍କ ପଦଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ଜୟସେନ ସ୍ୱାଇଁ, ସୁରଥ ଚନ୍ଦ୍ର ପ୍ରଧାନ, ପ୍ରମୋଦ କୁମାର ସ୍ୱାଇଁ, ରଂଜନ କୁମାର ବିଷୋୟୀ, ମାନସ ରଂଜନ ଗୌଡ, ଅରବିନ୍ଦ ଲେଙ୍କା, ତ୍ରିନାଥ ବେହେରା, କୈଳାଶ ଚନ୍ଦ୍ର ପ୍ରଧାନ, ଶିବପ୍ରସାଦ ଶତପଥୀ, ନିଗମାନନ୍ଦ ରାଉତ, ଜିତେନ୍ଦ୍ର କୁମାର ମହାରଣା, ଆକାଶ ସ୍ୱାଇଁ, ବିନୋଦ କୁମାର ପାତ୍ର, ନରେଶ୍ ଚନ୍ଦ୍ର ବିଷୋୟୀ, ବିଜୟ ନାହାକ, ସଂଜୟ ଗୌଡ, ପାଣ ମଲିକ, ରବିନ୍ଦ୍ରନାଥ ପୋଲାଇ, ରାଜେନ୍ଦ୍ର ବେହେରା, ଶିବରାମ ପାଣିଗ୍ରାହୀ, ଗଣେଶ ଆଚାର୍ଯ୍ୟ, ସତ୍ୟନାରାୟଣ ସାମନ୍ତରା, ସନାତନ ବିଶ୍ୱାଳ, ବିମଳ ପ୍ରଧାନ, ମଧୁସୂଦନ ସ୍ୱାଇଁ, ସାଇରାମ ବିଶ୍ୱାଳ, ଶ୍ୱେତବସନ୍ତ ଲେଙ୍କା, ସାଗର ପାତ୍ର, ସନ୍ତୋଷ ନାହାକ, ଶଙ୍କର ନାହାକ, ସିମାଞ୍ଚଳ ସ୍ୱାଇଁ, ନିଳାଞ୍ଚଳ ମହାରଣାଙ୍କ ସମେତ ଆସିକା ବିଧାନ ସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରାନ୍ତରରୁ ଶହଶହ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିବା ଲକ୍ଷ୍ୟ କରାଯାଇଥିଲା ।


