ବିଜେଡି ପକ୍ଷରୁ ଆସିକାରେ ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ
ଆସିକା (ୱାଇଏନ୍ଏସ୍) : ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଶୁକ୍ରବାର ମହାମାନବ ମହାତ୍ମାଗାନ୍ଧୀଙ୍କ ୧୫୭ତମ ଏବଂ ଶାନ୍ତିଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ୧୨୨ତମ ଜନ୍ମତଥି ପାଳିତ ହୋଇଯାଇଛି । ବିଜୁ ଜନତା ଦଳର ଦଳୀୟ ନେତାମାନେ ଆସିକା ହାଟପଦା ଛକ ନିକଟରେ ପହଞ୍ଚି ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହି ଅବସରରେ ଆସିକା କଳିଙ୍ଗ ରୋଡ ସ୍ଥିତ ବିଜେଡି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ପ୍ରମିଳା ବିଷୋୟୀ, ପୂର୍ବତନ ବିଧାୟିକା ମଂଜୁଳା ସ୍ୱାଇଁ, ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ, ବିଜୁ ମହିଳା ଜନତା ଦଳର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ତଥା ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଅନିମା ପରିଡା, ପୂର୍ବତନ ବ୍ଳକ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ପରିଡା, ବରିଷ୍ଠ ବିଜେଡି ନେତା ଭବାନୀ ଶଙ୍କର ମଲିକ, ଜିଲ୍ଲା ପରିଷଦ ସଦସ୍ୟ ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ବି.ମନୋଜ କୁମାର ଦୋରା, ବରିଷ୍ଠ ବିଜେଡି ନେତା ଦିଲୀପ କୁମାର ପାଣିଗ୍ରାହୀ, ଅନିଲ୍ କୁମାର ନାୟକ, ପ୍ରସନ୍ନ କୁମାର ତ୍ରିପାଠୀ, ଜି.ସୂର୍ଯ୍ୟପ୍ରକାଶ ରାଓ, ଆସିକା ବ୍ଳକ ବିଜେଡି ସଭାପତି ବିଦ୍ୟାନ୍ତ କୁମାର ଚର୍ଚ୍ଚି, ନଗର ବିଜେଡି ସଭାପତି ଏମ୍.ତାରିଣୀ ସେନାପତି, ଆସିକା ନଗର ବିଜେଡିର ମହିଳା ସଭାନେତ୍ରୀ ଏମ୍.ରଶ୍ମିତା ସେନାପତିଙ୍କ ସମେତ ଶତାଧୀକ ଦଳୀୟ ନେତା ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହି ଅବସରରେ ବିଜେଡି କାର୍ଯ୍ୟାଳୟ ପରିସରରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଫଟୋଚିତ୍ର ନିକଟରେ ଅନୁଷ୍ଠିତ ସ୍ମୃତିଚାରଣ କାର୍ଯ୍ୟକ୍ରମରେ ଦଳୀୟ ନେତାମାନେ ଉଦ୍ବୋଧନ ଦେଇ ଭାରତବର୍ଷରେ ଯେଉଁ କେତେକ ମହାମନିଷୀ ଧରାବତରଣ କରିଛନ୍ତି ସେମାନଙ୍କ ମଧ୍ୟରୁ ମୋହନ ଦାସ କରମଚାନ୍ଦ୍ ଗାନ୍ଧୀ (ମହାତ୍ମାଗାନ୍ଧୀ) ଅନ୍ୟତମ । ସେ ୧୮୬୯ ମସିହା ଆଜିର ଦିନରେ ଗୁଜରାଟର ପୋର୍ବନ୍ଦରରେ ଜନ୍ମଗ୍ରହଣ କରିିଥିଲେ । ମହାମାନବ ମହାତ୍ମାଗାନ୍ଧୀ ଏଭଳି ଜଣେ ବ୍ୟକ୍ତି ଥିଲେ ଯିଏ ଏକାଧାରରେ ଜଣେ ଲେଖକ, ଦାର୍ଶନିକ, ସତ୍ୟଅଂହିସାର ପୂଜାରୀ, ସଚ୍ଚା ଦେଶପ୍ରେମୀ, ଶାନ୍ତିପ୍ରେମୀ, ସ୍ୱାଧୀନତା ସଂଗ୍ରାମୀ, ସ୍ୱରାଜବାଦୀ, ସତ୍ୟାଗ୍ରହୀ, ଭାରତୀୟ ସ୍ୱାଧୀନତା ସଂଗ୍ରାମର ସୁତ୍ରଧର, ଅଂହିସାର ପ୍ରତୀକ, ଆମ ଜାତିର ଜନକ ବୋଲି ପ୍ରକାଶ କରି ତାଙ୍କର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ କରିଥିଲେ । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ମହାମାନବ ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ଜିନ୍ମ ତିଥି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ସୁରଥ ଚନ୍ଦ୍ର ପ୍ରଧାନ, ରଂଜନ କୁମାର ବିଷୋୟୀ, ପ୍ରମୋଦ କୁମାର ସ୍ୱାଇଁ, ଜୟନ୍ତୀ ବେହେରା, ଜୟସେନ ସ୍ୱାଇଁ, ମାନସ ରଂଜନ ଗୌଡ, ଅରବିନ୍ଦ ଲେଙ୍କା, ନିଗମାନନ୍ଦ ରାଉତ, ଜିତେନ୍ଦ୍ର କୁମାର ମହାରଣା, ସଂଜୟ ଗୌଡ, ପାଣ ମଲିକ, କୈଳାଶ ଚନ୍ଦ୍ର ପ୍ରଧାନ, ବିନୋଦ କୁମାର ପାତ୍ର, ନରେଶ ଚନ୍ଦ୍ର ବିଷୋୟୀ, ଶିବପ୍ରସାଦ ଶତପଥୀ, ବିଜୟ କୁମାର ନାହାକ, ରବିନ୍ଦ୍ରନାଥ ପୋଲାଇ, ଶିବରାମ ପାଣିଗ୍ରାହୀ, ଗଣେଶ ଆଚାର୍ଯ୍ୟ, ସତ୍ୟନାରାୟଣ ସାମନ୍ତରା, ମଧୁସୂଦନ ସ୍ୱାଇଁ, ସାଇରାମ ବିଶ୍ୱାଳ, ସନାତନ ବିଶ୍ୱାଳ, ନିରଞ୍ଜନ ଜେନା, ଆକାଶ ସ୍ୱାଇଁ, ନିଳାଞ୍ଚଳ ମହାରଣା, ଶ୍ୱେତବସନ୍ତ ଲେଙ୍କା, ସାଗର ପାତ୍ର, ସାଇରାଜ ଦଳେଇ, ସନ୍ତୋଷ ନାହାକ, ଶଙ୍କର ନାହାକ, ସିମାଞ୍ଚଳ ସ୍ୱାଇଁଙ୍କ ସମେତ ବହୁ ଦଳୀୟ ନେତା ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


