ସବୁଠାରୁ ଶକ୍ତିଶାଳୀ ପାସ୍ପୋର୍ଟ
ଦୁନିଆର ସବୁ ସ୍ଥାନକୁ ଯିବା ପାଇଁ ପାସପୋର୍ଟ ଦରକାର ହୋଇଥାଏ । ବିନା ପାସପୋର୍ଟରେ କେହି ଦେଶ ବାହାରକୁ ଯାଇପାରିବେ ନାହିଁ । ତେବେ କିଛି ଦେଶର ପାସପୋର୍ଟ ଅଧିକ ଶକ୍ତିଶାଳୀ ହୋଇଥାଏ ଯେ ଏହାକୁ ବ୍ୟବହାର କରି ଆପଣ ଅନେକ ଦେଶ ବୁଲିପାରିବେ । ତେବେ ସଦ୍ୟତମ ଏକ ରିପୋର୍ଟରେ କେଉଁ ଦେଶର ପାର୍ସପୋଟ କେତେ ଶକ୍ତିଶାଳୀ ସେ ନେଇ ତଥ୍ୟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ ଜାପାନ ଏବଂ ସିଙ୍ଗାପୁରର ପାସପୋର୍ଟ ସବୁଠାରୁ ଅଧିକ ପାୱାରଫୁଲ୍ । ଏହାକୁ ବ୍ୟବହାର କରି ଆପଣ ୧୮୯ଟି ଦେଶ ବୁଲିପାରିବେ । ଏହା ପାଇଁ ଆପଣଙ୍କୁ ଭିସା ବି ଦରକାର ହେବନି । ଏହି ଲିଷ୍ଟରେ ଭାରତ ୮୬ ନମ୍ବରରେ ରହିଛି । ଭାରତର ମୋବିଲିଟ୍ ସ୍କୋର ରହିଛି ୫୮ । ଯାହାର ଅର୍ଥ ଯଦି ଆପଣଙ୍କ ପାଖରେ ଭାରତୀୟ ପାସପୋର୍ଟ ଅଛି ତେବେ ଆପଣ ବିନା ଭିସାରେ ୫୮ଟି ଦେଶ ବୁଲିପାରିବେ । ଲିଷ୍ଟର ଷଷ୍ଠ ସ୍ଥାନରେ ଅନେକ ଦେଶ ରହିଛନ୍ତି । ଯଥା ୟୁନାଇଟେଡ୍ କିଙ୍ଗଡମ୍, ଆମେରିକା, ବେଲ୍ଜିୟମ୍, କାନାଡା, ଗ୍ରୀସ୍, ଆୟରଲ୍ୟାଣ୍ଡ ଭଳି ଦେଶ । ସେହିଭଳି ଡେନ୍ମାର୍କ, ଇଟାଲୀ ଓ ଲଗଜମ୍ବର୍ଗ ତୃତୀୟ ସ୍ଥାନରେ ରହିଛି । ଫ୍ରାନ୍ସ, ସ୍ପେନ୍ ଓ ସ୍ୱିଡିନ୍ ଚତୁର୍ଥ ସ୍ଥାନରେ ଅଛନ୍ତି । ଏହି ତାଲିକାରେ ସବୁଠାରୁ ପଛରେ ଅଛନ୍ତି ଇରାକ ଓ ଆଫିଗାନିସ୍ତାନ । ଇରାକ୍ ପାର୍ସପୋଟ ଥିବା ବ୍ୟକ୍ତି ୨୭ ଓ ଆଫଗାନୀ ବ୍ୟକ୍ତି ମାତ୍ର ୨୫ଟି ଦେଶ ବିନା ଭିସାରେ ବୁଲି ପାରିବେ ।


