ପ୍ରଭୁ ନାରାୟଣଙ୍କ ଶୃଙ୍ଗାର କରନ୍ତି ମହିଳା

ଭାରତରେ ଥିବା ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ରହିଛି । ଉତ୍ତରାଖଣ୍ଡ ଗଡୱାଲରେ ଥିବା ମ୍ଫ୍ୟୁଲାନାରାୟଣ ମନ୍ଦିରରେ ପ୍ରଭୁ ନାରାୟଣଙ୍କ ଶୃଙ୍ଗାର ସ୍ଥାନୀୟ ମହିଳାମାନେ କରନ୍ତି । ଚମୋଲୀର ଉର୍ଗମ ଘାଟିରେ ହଜାରେ ଫୁଟ ଉଚ୍ଚରେ ଥିବା ଏହି ମନ୍ଦିର ଅଞ୍ଚଳକୁ କେତେକ କଳ୍ପକ୍ଷେତ୍ର କହିଥାନ୍ତି । ଏଠାରେ ଶ୍ରଦ୍ଧାଳୁଙ୍କ ସମସ୍ତ ମାନସିକ ପୂରଣ ହୋଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି । ପ୍ରବଳ ବରଫପାତ ଯୋଗୁ ବର୍ଷସାରା ଏହି ମନ୍ଦିର ବନ୍ଦ ରହିଥାଏ । ଚଳିତ ବର୍ଷ ଜୁଲାଇ ୧୭ରୁ ଏହି ମନ୍ଦିରର ଦ୍ୱାର ଖୋଲାଯାଇଛି । ପୁଣି ଶୀତ ଦିନରେ ଏହାକୁ ବନ୍ଦ କରିଦିଆଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ