ଭିତରକନିକାରେ ୬୮ଟି କୁମ୍ଭୀର ବସା ଠାବ

ରାଜନଗର: ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର ନଦୀ, ନାଳରେ ବାସ କରୁଥିବା ବଉଳା କୁମ୍ଭୀର ୬୮ଟି ବସାରେ ଅଣ୍ଡା ଦେଇଥିବା ଜଣାପଡ଼ିଛି । ଭିତରକନିକା ଫରେଷ୍ଟ ବ୍ଲକ ଓ ଡାଙ୍ଗମାଳ ଫରେଷ୍ଟ ବ୍ଲକର ଗଞ୍ଜେଇଖିଆ ଶାଗୁଣାଚର, ଶୁଆଯୋର, ଭ୍ରମରମାଟିରେ ୫୩ଟି କୁମ୍ଭୀର ବସା ଚିହ୍ନଟ ହୋଇଥିବା ବେଳେ ଡାଙ୍ଗମାଳ କୁମ୍ଭୀର ପ୍ରଜନନ କେନ୍ଦ୍ର ମଧ୍ୟରେ ୫ଟି ରାଜନଗର ରେଞ୍ଜ ଅଞ୍ଚଳରେ ୧୦ଟି କୁମ୍ଭୀର ବସା ଚିହ୍ନଟ ହୋଇଛି । ରାଜନଗର ରେଞ୍ଜର ଗୁପ୍ତିରେ ୬ଟି, ସାତଭାୟାରେ ୨ଟି ଓ ଚିଞ୍ଚିରି ନିକଟରେ ୨ଟି କୁମ୍ଭୀର ବସା ଚିହ୍ନଟ ହୋଇଥିବା ଜଙ୍ଗଲ ବିଭାଗ ସୂତ୍ରରୁ ଜଣାପଡ଼ିଛି । ପ୍ରତିବର୍ଷ ମେ’ରୁ ଜୁଲାଇ ୩ ମାସ ମଧ୍ୟ ମଧ୍ୟରେ ବଉଳା କୁମ୍ଭୀରମାନେ ବସା କରି ଅଣ୍ଡାଦେବା ସହିତ ଛୁଆ ଫୁଟାଇଥାନ୍ତି । ଏଥିପାଇଁ ବନବିଭାଗ ପକ୍ଷରୁ ପ୍ରତିବର୍ଷ ତିନି ମାସ ଯାଏ ଭିତରକନିକାକୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥାଏ । ମାତ୍ର ଏ ବର୍ଷ କରୋନା କଟକଣା ଯୋଗୁଁ ମାର୍ଚ୍ଚ ମାସରୁ ଭିତରକନିକା ବନ୍ଦ ରହିଛି । ଗତବର୍ଷ ଭିତରକନିକାରେ ୧୦୦ ରୁ ଅଧିକ କୁମ୍ଭୀର ବସା ଚିହ୍ନଟ ହୋଇଥିଲା । ଏ ବର୍ଷ ଜୁଲାଇ ୧୫ ତାରିଖ ଯାଏ କୁମ୍ଭୀର ବସା ଚିହ୍ନଟ ପ୍ରକ୍ରିୟା ଚାଲିବ । ବସା ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ବନବିଭାଗ ସୂତ୍ରରୁ ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ