ଦୂର୍ଘଟଣାରେ ଆହାତ ଛାତ୍ରଙ୍କୁ ସହାୟତା ରାଶି ପ୍ରଦାନ
ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ବ୍ଳକ ଶାସନ ଆମ୍ବଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦ ମ ଶ୍ରେଣୀ ଛାତ୍ର ଡ଼ି. ମହେଶ କୁମାର ଦୋରା ଗତ ସପ୍ତାହରେ ବିଦ୍ୟାଳୟ ଛୁଟି ପରେ ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଏକ ମୋଟର ସାଇକେଲ ଧକ୍କା ଦେବାରୁ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଛାତ୍ରଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଭର୍ତି କରାଯାଇଥିଲା । ଘଟଣା ନେଇ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ, ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଇଥିଲେ । ଶୁକ୍ରବାର ସନ୍ଧ୍ୟାରେ ଗଂଜାମ ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ. ସନାତନ ପଣ୍ଡାଙ୍କ ନିର୍ଦ୍ଦେଶ ପ୍ରକାରେ ଶାସନ ଆମ୍ବଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲ ଆହତ ଛାତ୍ରଙ୍କ ବାସଭବନକୁ ଯାଇ ପରିବାର ବର୍ଗଙ୍କୁ ଗୁରୁଛାତ୍ର କଲ୍ୟାଣ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ ।


