ବ୍ରହ୍ମପୁର ବଡବଜାର ପଟ୍ଟା ରିକ୍ସା ସଂଘର ବୈଠକ

ବ୍ର୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ): ବ୍ରହ୍ମପୁର ବଡବଜାର ନିକଟସ୍ଥ ସଂକର ପୁର ସାହିର ଶ୍ରୀ ଶିବ ଶଙ୍କର ମନ୍ଦିର ପରିସରରେ୍ ଭାରତୀୟ ରଷ୍ଟ୍ରିୟ ମଜଦୁର ସଂଘର ଜିଲ୍ଲା ସଭାପତି ଶ୍ରୀ ପିତବାସ ପଣ୍ଡାଙ୍କ ସଭାପତିତ୍ୱରେ ବଡ ବଜାର ପଟ୍ଟା ରିକ୍ସା ସଂଘର ଏକ ଜରୁରୀକାଳିନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ଅଗଷ୍ଟ ମାସରେ ଏକ ପୁର୍ଣ୍ଣାଙ୍ଗ ବୈଠକ ଡାକି ସାଙ୍ଗଠନିକ ସ୍ତରରରେ ଅଦଳବଦଳ କରାଯିବାକୁ ନିଷ୍ପତ୍ତି ନେବା ସହ ରାଜ୍ୟ ସରକାର ପଟ୍ଟାରିକ୍ସା ସଂଘର ସଭ୍ୟଙ୍କୁ ଶ୍ରମିକର ମାନ୍ୟତା ପ୍ରଦାନ କରିବାକୁ ଏହି ବୈଠକରେ ଦାବୀ କରାଯାଇଥିଲା ।ଉକ୍ତ ବୈଠକରେ ଆଇନ ଉପଦେଷ୍ଟା ବସନ୍ତ କୁମାର ପାତ୍ର , ଲକ୍ଷ୍ମଣ ରାଓ, ନୀଳା ପଣ୍ଡା , କାଳୁ ସାହୁ, ପ୍ରଭାକର ସାହୁ, ଭାଗ୍ୟ ଦାସ, ଭୈରବ ପାଇକ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ