ଅଗ୍ନିଶମ ବିଭାଗ ପକ୍ଷରୁ ମକ୍ଡ୍ରିଲ୍ ପ୍ରଦର୍ଶନ
ମୋହନା, (ଅଂଶୁମାନ ପଣ୍ଡା): ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ମୋହନା ଅଗ୍ନିଶମ ବାହିନୀ ପକ୍ଷରୁ ମକ୍ଡ୍ରିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ତଥା ବନ୍ୟା, ବାତ୍ୟା, ନିଆଁ, ଗଭୀର ଜଳରୁ ବୁଡ଼ି ଯାଉଥିବା ଲୋକଙ୍କୁ ଉଦ୍ଧାର କରିବା ଭଳି ବିପଦଜନକ ରଣକୌଶଳ ଶୈଳିକୁ ମକ୍ଡ୍ରିଲ୍ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ଅଗ୍ନିଶମ ଅଧିକାରୀ ତାରାକାନ୍ତ ମହାପାତ୍ରଙ୍କ ତତ୍ତ୍ୱାବଧାନରେ କର୍ମଚାରୀମାନେ ବିଭିନ୍ନ କୌଶଳ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଗୁଡିକୁ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ନୋଡ଼ାଲ ଅଧିକାରୀ ଭାବେ କେ.ସୁଦର୍ଶନ ଯୋଗଦେଇଥିବା ବେଳେ ବିଡ଼ିଓ ବଂଶୀଧର ଖୋସଲା, ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ, ଜିପିଇଓ ନରସିଂହ ବାବୁ ପ୍ରମୁଖ ଉପସ୍ଥିତ ଥିଲେ ।