ଆଉ ୧୬୭ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଉ ୧୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମରେ ୩୦, ଖୋର୍ଦ୍ଧାରେ ୮, କଟକରେ ୩, ଯାଜପୁରରେ ୫, ବାଲେଶ୍ୱରରେ ୧୩, ଗଜପତିରେ ୪୧, ଜଗତସିଂହପୁରରେ ୧୯, କେନ୍ଦ୍ରାପଡ଼ାରେ ୭, ପୁରୀରେ ୧, ସୁନ୍ଦରଗଡ଼ରେ ୪, ମୟୂରଭଞ୍ଜରେ ୧୪, ବଲାଙ୍ଗୀରରେ ୧, ନୟାଗଡ଼ରେ ୨, ବରଗଡ଼ରେ ୧, ଢେଙ୍କାନାଳରେ ୯, ଝାରସୁଗୁଡ଼ାରେ ୩, କୋରାପୁଟରେ ୧ ଓ ରାୟଗଡ଼ାରେ ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫୦ ଜଣ କ୍ୱାରେଂଟାଇନ କେନ୍ଦ୍ରରେ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୧୭ ଜଣ ଆକ୍ରାନ୍ତ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୭୦ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୧୫୮୩ ଜଣ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଥିବାବେଳେ ୩୮୬୩ ଜଣ ସୁସ୍ଥ ହୋଇଛନ୍ତି । ୧୭ ଜଣ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବାବେଳେ ଅନ୍ୟ ୭ ଆକ୍ରାନ୍ତ ଅନ୍ୟାନ୍ୟ ରୋଗରେ ମୃତ୍ୟୁବରଣ କରିଛନ୍ତି ।