ସାନଖେମୁଣ୍ଡି ବ୍ଲକ୍‌ର ବହୁ ଗ୍ରାମ କଣ୍ଟେନମେଣ୍ଟ ଓ ବଫର୍ ଜୋନ୍ ଘୋଷିତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ): କରୋନା ଭୂତାଣୁ ସଂକ୍ରମଣରେ ସାନଖେମୁଣ୍ଡି ବ୍ଲକ୍‌ର କେତେକ ପଞ୍ଚାୟତ ସଂକ୍ରମିତ ହୋଇଥିବା ଜଣାପଡିଛି । କଙ୍କୋରଡ଼ା ପଞ୍ଚାୟତର ଜନୈକ ଚା’ ଦୋକାନୀଙ୍କ ଠାରୁ ପଜିଟିଭ ବାହାରିବା ପରେ ପରିବାରର ଚାରିଜଣ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଅଡ଼ପଡ଼ାର ସ୍ୱାସ୍ଥ୍ୟକେନ୍ଦ୍ରର ୬ ଜଣ କର୍ମଚାରୀଙ୍କ ପଜିଟିଭ ବାହାରିବା ପରେ ଆଖପାଖ ପଞ୍ଚାୟତକୁ ଦୁଇଟି ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି । ଏହି ଅଞ୍ଚଳ ସ୍ପର୍ଶକାତର ହୋଇଥିବା ବେଳେ ସମସ୍ୟା ଦିନକୁ ଦିନ ଜଟିଳ ଆଡ଼କୁ ଗତି କରୁଥିବା ଦେଖିବାକୁ ମିଳିଛି । ବ୍ଲକ୍ ପ୍ରଶାସନ, ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ ସାନଖେମୁଣ୍ଡି ତହସିଲଦାର ଅମିତ କୁମାର ନାୟକ ଉକ୍ତ ଅଞ୍ଚଳ ବୁଲି ପରିସ୍ଥିତି ସମୀକ୍ଷା କରି ଜିଲ୍ଲା ପ୍ରଶାସନକୁ ଜଣଶଇବା ପରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସାନଖେମୁଣ୍ଡି ବ୍ଲକ୍‌ର ଆଡ଼ପଡ଼ା ଓ ପେଣ୍ଡୁରାଲୁଣ୍ଡି ଗ୍ରାମ, କଉଡିଆ, କଙ୍କୋରଡ଼ା ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବା ସହ ଉକ୍ତ ପଞ୍ଚାୟତକୁ ସଂଯୋଗ କରୁଥିବା କଉଡିଆ ପଞ୍ଚାୟତର ବଉଳଘାଇ, ଲେଙ୍କାଖାଲି, କରାଖଣ୍ଡି, କଙ୍କୋରଡା ପଞ୍ଚାୟତର ଗମ୍ଭାରୀଗୁଡ଼ା ଗ୍ରାମ ଏବଂ ଖଲିଙ୍ଗ ଗ୍ରାମକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି । ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ପଞ୍ଚାୟତ ଗୁଡିକୁ ସାନଖେମୁଣ୍ଡି ବ୍ଲକ୍ ବିଡ଼ିଓ ଗାୟତ୍ରୀ ଦତ୍ତନାୟକ ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକ ଆଡ଼ପଡ଼ା ଫାଣ୍ଡି ଏସ୍‌ଅ୍ଧବ ରଞ୍ଜନ ବିଷୋୟୀ , ଆଡ଼ପଡ଼ା ସରପଞ୍ଚ ନୀଳମାଧବ ରାଉତ, କଙ୍କୋରଡ଼ା ସରପଞ୍ଚ ପ୍ରଭାକର ପାଣିଗ୍ରାହୀଙ୍କ ଉପସ୍ଥିତିରେ ପ୍ରବେଶ ପଥ ସିଲ୍ କରାଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ