ବମ୍ପର ଓପନିଂ ପରେ ୧୦୦ କୋଟି କ୍ଲବ ରେ ସାମିଲ ହେବାକୁ ଯାଉଛି ‘ସୁପର ୩୦’

(ଯୁଗାବ୍ଦ ନ୍ୟୁଜ) ବଡପରଦା କୁ କମବ୍ୟାକ କଲା ପରେ ହ୍ରିତିକ ରୋଶନ ଙ୍କ ପାଟନାର ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନ କାହାଣୀ ଉପରେ ଆଧାରିତ ସୁପର ୩୦ ଫିଲ୍ମ କୁ ଦର୍ଶକ ଙ୍କ ବହୁତ ଭଲ ରେସପନ୍ସ ସହ ବକ୍ସ ଅଫିସ ରେ ଧମାଲ କରୁଛି । ପ୍ରଥମ ଦିନ ଶୁକ୍ରବାର ଚଳଚ୍ଚିତ୍ର ପ୍ରାୟ ୧୨ କୋଟି ଟଙ୍କା ଆୟ କରିଥିଲା। ସେହିପରି ଶନିବାର ଚଳଚ୍ଚିତ୍ର ପ୍ରାୟ ୧୭-୧୮ କୋଟି ଟଙ୍କାର ବ୍ୟବସାୟ କରିଛି। ଏହି କ୍ରମରେ ‘ସୁପର ୩୦’ ଦୁଇ ଦିନରେ ପ୍ରାୟ ୨୯ କୋଟି ଟଙ୍କା ଆୟ କରିଛି। ମୁକ୍ତିଲାଭର ମାତ୍ର ତିନି ଦିନରେ ୫୦ କୋଟି ଟଙ୍କାର ବ୍ୟବସାୟ କରିଥିବା ଏହି ଚଳଚ୍ଚିତ୍ର ଦ୍ରୁତ ଗତିରେ ୧୦୦ କୋଟି କ୍ଲବ ଅଭିମୁଖେ ଆଗେଇ ଚାଲିଛି। ଶନିବାର ଚଳଚ୍ଚିତ୍ରର ଆୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଶୁକ୍ରବାର ଏହା ୪.୫୧ କୋଟି ଟଙ୍କା ଆୟ କରିଥିବା ବେଳେ ଶନିବାର ୮.୫୩ କୋଟି ଟଙ୍କାର ବ୍ୟବସାୟ କରିଛି। ଏହାସହିତ ଭାରତୀୟ ବଜାରରେ ଚଳଚ୍ଚିତ୍ରର ମୋଟ୍ ଆୟ ୮୮.୯୦ କୋଟିରେ ପହଞ୍ଚିଛି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ