ବୁଗୁଡା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ରକଳ୍ପର ମାନୁଆଲ ଟେଷ୍ଟ

ବୁଗୁଡା (ଅନିଲ ମହାରଣା) ବୁଗୁଡା ସହରର ବୁଦ୍ଧାଖୋଲ ରୋଡ଼ ପାର୍ଶ୍ଵରେ ନୂତନ ଭାବେ ନିର୍ମିତ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ରକଳ୍ପର ମାନୁୟୁଆଲ ଟେଷ୍ଟ ମଙ୍ଗଳବାର ଦିନ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି। ଖୁବ ଶୀଘ୍ର ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି ପ୍ରକଳ୍ପ ଉଦଘାଟିତ ହେବାକୁ ଯାଉଛି। ଏହି ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ର କାର୍ଯ୍ୟକାରୀ ହେବା ଦ୍ୱାରା ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ଆବର୍ଜନା ପ୍ରତିଦିନ ଗାଡି ଦ୍ୱାରା ସିଧାସଳଖ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ରକୁ ଯିବା।ଯାହା ଫଳରେ ସହରର ରାସ୍ତା କଡରେ ଆଉ ଆବର୍ଜନା ଗଦା ହୋଇ ସହର ଅପରିଷ୍କାର ହେବ ନାହିଁ। ଏଥିସହ ଏହି ପ୍ରକଳ୍ପରେ ଆବର୍ଜନାରୁ କମ୍ପୋଷ୍ଟ ତିଆରି ହୋଇ ଚାଷୀମାନଙ୍କ କ୍ଷେତକୁ ପ୍ରାକୃତିକ ସାର ମିଳି ପାରିବ। ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହି ପ୍ରକଳ୍ପର ପରିଚାଳନା ଦାୟିତ୍ବ ପ୍ରଦାନ କରାଗଲେ ମହିଳାମାନେ ଉପାର୍ଜନ କ୍ଷମ ହୋଇପାରିବେ ବୋଲି ଆଶା କରାଯାଉଛି। ଆଜିର ଏହି କାର୍ଯ୍ୟକ୍ରମରା ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ବୁଗୁଡା ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ