ଦେଶରେ କରୋନା ମୃତ୍ୟୁସଂଖ୍ୟା ୧୫ ହଜାର ୫୦୦ ଟପିଲା

ନୂଆଦିଲ୍ଲୀ : । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୫ ଲକ୍ଷ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୫ ହଜାର ୫୦୦ ପାର ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ପୁଣି ଦେଶରେ ପ୍ରାୟ ୧୮ ହଜାର ୫୦୦ ରୁ ଅଧିକ ମାମଲା ଚିହ୍ନଟ ହୋଇଛି। ଦେଶରେ କରୋନାସ୍ଥିତି ବିସ୍ଫୋରକ ସ୍ଥିତି ଆଡ଼େ ଗତି କରୁଛି । ପ୍ରତିଦିନ ଦେଶରେ ଉଦବେଗଜନକ ଭାବେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟାରେ ୧୮ ହଜାର ୫୫୨ ନୂଆ ମାମଲା ସାମନାକୁ ଆସିଛି। ୩୮୪ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୫ ଲକ୍ଷ ୮ ହଜାର ୯୫୩ରେ ପହଞ୍ଚିଛି । ଏପର୍ଯ୍ୟନ୍ତ ଭାରତରେ ୧୫ ହଜାର ୬୮୫ ଜଣଙ୍କ ମୃତ୍ୟୁ ଘଟିଛି । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୨, ୯୫ ହଜାର ୮୮୧ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧ ଲକ୍ଷ ୯୭ ହଜାର ୩୮୭ ସକ୍ରିୟ ଅଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ଦିନକରେ ୫୦୦୦ରୁ ଅଧିକ ନୂତନ ମାମଲା ଆସିଥିବାବେଳେ ତାମିଲନାଡୁରେ ମଧ୍ୟ କରୋନା ଦ୍ରୁତ ଗତିରେ ମାଡ଼ି ଚାଲିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ