ମୋଟର ସାଇକେଲରୁ ଖସି ମହିଳା ଗୁରୁତର
ବେଲଗୁଣ୍ଠI, (ଶିବରାମ ଚୌଧୁରୀ):ମୋଟରସାଇକେଲ ରୁ ଖସିପଡ଼ି ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ମହିଳା ଜଣଙ୍କ ଗୁରୁତର ଆହତ ହୋଇଥିଲେ I ତାଙ୍କୁ ସଙ୍ଗେ ସଙ୍ଗେ ବେଲଗୁଣ୍ଠI ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା I ପରେ ଭଞ୍ଜନଗର, ବ୍ରହ୍ମପୁର ଓ କଟକ ବଡ଼ ମେଡ଼ିକାଲକୁ ପଠାଇ ଦିଆଯାଇଥିବା ଖବର ମିଳିଛି I ମିଳିଥିବା ତଥ୍ୟ ଅନୁଯାୟୀ ବେଲଗୁଣ୍ଠI ନିକଟସ୍ଥ କୋକୋଲୁଣ୍ଡା ଗ୍ରାମର ନୟନୀ ସେଠୀ (୫୫) ଓ ତାଙ୍କ ପୁତୁରା ରିଙ୍କୁ ସେଠୀ ଦୁହେଁ ଏକ ମୋଟରସାଇକେଲରେ ଗାଙ୍ଗପୁର ଥାନା ଅନ୍ତର୍ଗତ ଖୁକୂଣ୍ଡିଆ ଗ୍ରାମରେ ଥିବା ସମ୍ପର୍କୀୟ ଘରକୁ କୌଣସି କାମରେ ଯାଇଥିଲେ I ଆଜି ସକାଳ ୭ ଘଣ୍ଟ ସମୟରେ ଦୁହେଁ ମୋଟରସାଇକେଲରେ ନିଜ ଗ୍ରାମ କୋକୋଲୁଣ୍ଡାକୁ ଫେରୁଥିବା ବେଳେ ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ବିଜୟ ଲକ୍ଷ୍ମୀ ଶରଣପୁର ଶାସନ ଉଚ୍ଚ ବିଦ୍ୟାଳୟ ନିକଟରେ ହଠାତ୍ ଏକ କୁକୁର ରାସ୍ତା ଉପରକୁ ଆସି ଯିବାରୁ ରୀଙ୍କୁ ବ୍ରେକ୍ ମାରିଦେଲେ I ନୟନୀ ଖସି ପଡ଼ି କଚାଡି ହୋଇ ତଳେ ପଡ଼ିଥିଲେ I ଫଳରେ ତାଙ୍କର ମୁଣ୍ଡକୁ ଗଭୀର ଆଘାତ ଲାଗିଥିଲା I


