ଜାତୀୟ ରାଜପଥରେ ପୃଥକ ପୃଥକ ଦୁର୍ଘଟଣା

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍) : ଜାତୀୟ ରାଜପଥ କଡରେ ଅଟକିଥିବା ଭାରିଯାନ ସକାଶେ ଆଜି ଛତ୍ରପୁର ଥାନା ଏବଂ ଚମାଖଣ୍ଡି ଥାନା ଅଂଚଳରେ ପୃଥକ୍ ପୃଥକ୍ ଦୃର୍ଘଟଣା ଘଟି ତନିଜଣ ଆହାତ ହୋଇଛନ୍ତି । ଆଜି ଅପରାହ୍ନରେ ସ୍ଥାନୀୟ ଗ୍ରୀଡକୋ ଛକ ଜାତୀୟ ରାଜପଥରେ ଜଣେ ସାମରିକ କର୍ମଚାରୀ ଏକ ବାଇକ୍ ଯୋଗେ ଅଟକିଥିବା ଟ୍ରକ କୁ ଧକ୍ଲା ଦେଇ ଆହାତ ହୋଇଛନ୍ତି । ଘଟଣା ସ୍ଥଳରେ ଛତ୍ରପୁର ପୁଲିସ ପହଞ୍ଚି ଆହାତ ସାମରିକ କର୍ମଚାରୀ ଙ୍କୁ ଛତ୍ରପୁର ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଛନ୍ତି । ସେହିପରି ସନ୍ଧ୍ୟରେ ଚମାଖଣ୍ଡି ଥାନା ଅନ୍ତର୍ଗତ କାଳିଆବାଲି ଛକ ଠାରେ ଏକ ବାଇକ୍ ଯୋଗେ ମାଲୁଦ ଅଂଚଳ ମାଆ ଓ ପୁଅ ବ୍ରହ୍ମପୁର ଠାରୁ ମାଲୁଦ ଗ୍ରାମ କୁ ଫେରୁଥିବା ବେଳେ ଜାତୀୟ ରାଜପଥରେ ଅଟକିଥିବା ଟ୍ରକ କୁ ଭାରସାମ୍ୟ ପଡି ଆହାତ ହୋଇଥିଲେ । ଆହାତ ମାନଙ୍କୁ ଚମାଖଣ୍ଡି ଥାନା ପୁଲିସ ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେମାନଙ୍କ ମାଆ ଯାମିଲା ବିବି (୫୦) ଗୁରୁତର ହୋଇଥିବା ବେଳେ ପୁଅ ଅରବାଜ୍ ଖାନ (୧୯) ସାମାନ୍ୟ ଆହାତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ