ବାଇକ୍ ଉପରୁ ସୁନାଗହଣା ବ୍ୟାଗ୍ ଚୋରି
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବଜାରସ୍ଥିତ ଏକ ସୁନାଗହଣା ଦୋକାନ ସମ୍ମୁଖରେ ଥିବା ଏକ ବାଇକ୍ ଉପରୁ ଗହଣା ବ୍ୟାଗ୍ ଚୋରି ହୋଇଥିବା ନେଇ ବନ୍ତ ଥାନାରେ ଅଭିଯୋଗ କରିଛି । ଅଭିଯୋଗରୁ ପ୍ରକାଶ ଯେ, ସକାଳ ସମୟରେ କଣ୍ଟାପଡା ଗ୍ରାମର ଲିଙ୍ଗରାଜ ଦାସ ପ୍ରତିଦିନ ପରି ସେଦିନ ସୁନା ଦୋକାନ ଖୋଲିବାକୁ ଆସି ବାଇକ୍ ଉପରେ ଗହଣା ବ୍ୟାଗ୍ ରଖି ଦୋକାନ ସଟର ଖୋଲିଥିଲେ । ପରେ ଆସି ଦେଖିବା ବେଳକୁ ବାଇକ୍ ଉପରେ ଗହଣା ବ୍ୟାଗ୍ ନାହିଁ । ଦୋକାନ ଖୋଲିବା ସମୟରେ ବାଇକ୍ ପାଖରେ ଜଣେ ଠିଆ ହୋଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ପାଖ ଦୋକାନରେ ଠିଆ ହୋଇଥିଲେ । ଦୋକାନ ଖୋଲିବା ପରେ ଆସି ଦେଖିବା ବେଳକୁ ବାଇକ୍ ଉପରେ ଗହଣା ବ୍ୟାଗ୍ ନଥିବା ବେଳେ ପାଖରେ ଠିଆ ହୋଇଥିବା ବ୍ୟକ୍ତି ଜଣକ ନଥିବା ନେଇ ଅଭିଯୋଗରେ ଦର୍ଶାଯାଇଛି । ଏନେଇ ପୋଲିସ କେସ ନଂ-୭୪/୨୦ ମୂଳେ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।


