ଗଂଜାମ ଜିଲ୍ଲାର ସବୁଠୁ ବୟସ୍କ ମହିଳାଙ୍କ ପରଲୋକ

ବେଲ୍ଲଗୁଣ୍ଠା, (ଶିବରାମ ଚୌଧୁରୀ):ଗଂଜାମ ଜିଲ୍ଲାର ସବୁଠୁ ବୟସ୍କ ମହିଳା ପାର୍ବତୀ ସେଠି ଙ୍କ ପରଲୋକ ହୋଇଯାଇଛି ।ପାର୍ବତୀଙ୍କ ଘର ଗଂଜାମ ଜିଲ୍ଲା ବେଲ୍ଲଗୁଣ୍ଠା ବ୍ଲକ ଉଡ୍ରା ପଞ୍ଚାୟତ କୋକଲୁଣ୍ଡା ଗ୍ରାମରେ । ଆସନ୍ତା ଡିସେମ୍ବର ମାସରେ ତାଙ୍କୁ ୧୨୦ ବର୍ଷ ହୋଇଥାନ୍ତା । କିନ୍ତୂ ନିଜ ବାସଭବନରେ ଗୁରୁବାର ରାତି ପ୍ରାୟ ୯-୩୦ ରେ ପ୍ରାଣ ବାୟୁ ଉଡି ଜାଇଥିବା ପରିବାର ସୂତ୍ରରୁ ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ୧୧୯ ବର୍ଷ ହୋଇଥିଲା । ୩ ପୁଅ ୧ ଝିଅ ଓ ୭୦ ରୁ ଊର୍ଧ ନାତି ନାତୁଣୀ ଅଣି ଓ ପଣି ନାତି ନାତୁଣୀ ଊପସ୍ତିତ ଥିଲେ । ୮ ବର୍ଷ ପୂର୍ବରୁ ବଡ ପୁଅ ଉଦୟ ଙ୍କ ଦେହାନ୍ତ ହୋଇଯାଇଛି । ସ୍ଵାମୀ ନଟବର ପ୍ରାୟ ୨୫ ବର୍ଷ ପୂର୍ବେ ଆରପାରିକୁ ଚାଲି ଗଲେଣି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପାର୍ବତୀଙ୍କ ଶେଷ ଦର୍ଶନ ପାଇଁ ଅଞ୍ଚଳର ବହୁ ଲୋକ ଜାଇ ରୁଣ୍ଡ କରିଥିଲେ । ପାର୍ବତୀଙ୍କ ଶବକୁ ଗ୍ରାମ ପରିକ୍ରମା କରିବା ପରେ ବୋଡ଼ା ନଦୀ ଶଯ୍ୟାରେ ଶେଷ କ୍ରୂତ୍ୟ ସମ୍ପର୍ଣ୍ଣ ହୋଇଥିଲା । ସାନ ପୁଅ ଭାସ୍କର ମୁଖାଅଗ୍ନି ଦେଇଥିବା ବେଳେ ଆଉ ଦୁଇ ପୁଅ ଚନ୍ଦ୍ର ଶେଖର ଓ ସୁବାଷ ଊପସ୍ତିତ ଥିଲେ । ତାଙ୍କ ମୃତ୍ୟୁ ରେ ବେଲ୍ଲଗୁଣ୍ଠା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ