ସଟ୍ ଅଫ୍ ଗନ୍
ଜାପାନୀ ବିଜ୍ଞାନୀ କାଜୁଟୋକା କୁରିହାରା ଓ କୋଜି ସୁକାତା ଏଭଳି ଯନ୍ତ୍ର ତିଆରି କରିଛନ୍ତି, ଯାହା ମାଧ୍ୟମରେ ଶହେ ଫୁଟ୍ ଦୂରରୁ ଗପୁଡ଼ିଙ୍କ ଗପ ବନ୍ଦ କରାଯାଇପାରିବ । ଯନ୍ତ୍ରଟିକୁ ସଟ୍ ଅଫ୍ ଗନ୍ ଭାବେ ନାମିତ କରାଯାଇଛି । ଜଣେ କିଛି କହୁକହୁ ଅନ୍ୟମାନଙ୍କ କାନରେ ପଡ଼େ ନାର୍ହି । ସେଥିପାଇଁ କିଛି ମୁହୂର୍ତ୍ତ ଲାଗିଥାଏ । ଗପୁଥିବା ବ୍ୟକ୍ତିଙ୍କ ପାଟିରୁ ଉଚ୍ଚାରିତ ଶବ୍ଦ ଶୁଭିବା ପୂର୍ବରୁ ସଟ୍ ଅପ୍ ଗନ୍ ତାହା ରେକର୍ଡ଼ କରିବା ସହ ଖୁବ୍ ବେଗରେ ଗପୁଥିବା ଲୋକଙ୍କ ଆଡ଼କୁ ଛାଡ଼ିପାରେ । ଫଳରେ ଗପୁଥିବା ଲୋକକୁ ନିଜ କଥା ଦୁଇ ଥର ଶୁଭିବ । ନିଜେ ବୁଝିପାରିବେ ନାହିଁ । ଥରେ ଦୁଇ ଥର ଏପରି ଘଟିଲେ, ସେ ଗପିବାକୁ ଡ଼ରିବେ । ଯନ୍ତ୍ରଟି ଆକାରରେ ବେଶ୍ ବଡ଼ । ତେଣୁ ଗୋପନରେ ବ୍ୟବବହାର କରିହେବ ନାହିଁ । ଛୋଟିଆ ‘ସ୍ପିଚ୍ ଜାମର’ ତିଆରି କରିବାକୁ ଦୁହେଁ ଗବେଷଣା ଜାରି ରଖିଛନ୍ତି ।