କର୍ଣ୍ଣାଟକ ନାଟକ ର ଅବସାନ କ୍ଷମତା କୁ ଫେରିଲା ବିଜେପି
(ଯୁଗାବ୍ଦ ନ୍ୟୁଜ )ଦୀର୍ଘଦିନ ଧରି ଚାଲିଥିବା କର୍ଣ୍ଣାଟକ ରାଜନୈତିକ ନାଟକ ର ଅବସାନ ଘଟିଛି । ଶେଷରେ କଂଗ୍ରେସ ଜେଡିଏସ ମେଣ୍ଟ ଗଡ ରକ୍ଷା କରିପାରିଲା ନାହିଁ । ମଙ୍ଗଳବାର ବିଧାନସଭା ରେ ହୋଇଥିବା ଆସ୍ଥା ଭୋଟ ରେ କଂଗ୍ରେସ ଜେଡିଏସ ମେଣ୍ଟ କୁ ୯୯ ଓ ବିଜେପି କୁ ୧୦୫ ବିଧାୟକ ସମର୍ଥନ କରିଥିଲେ । ବିଦ୍ରୋହୀ ବିଧାୟକ ମାନେ ଇସ୍ତଫା ନାଟକ ପରେ କର୍ଣ୍ଣଟକ ବିଧାନସଭା ର ମ୍ୟଜିକ ନଂ ୧୦୩ କୁ ଖସି ଆସିଥିବାରୁ ବିଜେପି ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲା । ମୁଖ୍ୟ ମନ୍ତ୍ରୀ ଏଚ.ଡି କୁମାର ସ୍ୱାମୀ ରାଜ୍ୟପାଳ ବିଜୁଭାଇ ୱାଲା ଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି । ଅନ୍ୟପଟେଲ ବିଜେପି ସୁତ୍ର ରୁ ମିଳିଥିବା ସୂଚନା ଅନୁସାରେ ଦଳ ର ପର୍ଯ୍ୟବେକ୍ଷକ ଆଜି ବେଙ୍ଗାଲୁରୁ ଆସି ବିଧାୟକ ଦଳ ବୈଠକରେ ସାମିଲ ହେବା ପରେ ବିଧାୟକ ଦଳ ର ନେତା ଭାବେ ବିଏସ ୟେଦୁରପ୍ପା ନିର୍ବାଚିତ ହେବେ ବୋଲି ଜଣାପଡିଛି । ୨୬ ତାରିଖ ରେ ୟେଦୁରପ୍ପା ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ବୋଲି ଜଣାପଡିଛି ।