ମୁଣ୍ଡଳୀରେ ପହଞ୍ଚିଲା ପ୍ରଥମ ବନ୍ୟା ଜଳ

ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାରରୁ ୧୫ଟି ଗେଟ ଖୋଲିବା ପରେ ମହାନଦୀର ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଆଜି ସକାଳୁ କଟକ ଜିଲ୍ଲାର ମୁଣ୍ଡଳରରେ ପହଞ୍ଚିଛି । ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ମୁଣ୍ଡଳୀରେ ସକାଳ ୬ଟା ବେଳକୁ ପହଞ୍ଚିଥିଲା । ଏହି ସମୟରେ ସେକେଣ୍ଡ ପିଛା ୧ ଲକ୍ଷ ୭୨ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିଲା । ମୁଣ୍ଡଳୀର ଉପରମୁଣ୍ଡରେ ଜଳସ୍ତର ୮୧.୩୦ ଫୁଟ ଓ ତଳମୁଣ୍ଡରେ ୭୭.୩୦ ଫୁଟ ଜଳ ପ୍ରବାହିତ ହେଉଥିଲା । ମୁଣ୍ଡଳୀ ବ୍ୟାରେଜର ବିପଦ ସଂକେତ ଜଳସ୍ତର ୯୭ ଫୁଟ ବୋଲି ଜଣାଯାଇଛି । ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ହୀରାକୁଦ ଜଳଭଣ୍ଡାରରେ ଜଳର ସ୍ତର ବଢ଼ିବା ଫଳରେ ବନ୍ୟା ଜଳ ନିଷ୍କାସନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ