ମଦ ଦୋକାନ ବନ୍ଦ କରିବାକୁ ଅବକାରୀ ଅଧିକ୍ଷୀକଙ୍କୁ ସ୍ମାରକ ପତ୍ର ପ୍ରଦାନ

ଛତ୍ରପୁର(ଯୁଗାବ୍ଦ ନ୍ୟୁଜ୍): ଗଂଜାମ ଅବକାରୀ ଅଧିନସ୍ଥ ବଣପଲ୍ଲୀ ଗ୍ରାମରେ ଚାଲୁଥିବା ଦୁଇଟି ମଦ ଦୋକାନ ବନ୍ଦ କରିବା ସକାଶେ ଆଜି ଗ୍ରାମ ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଏକତ୍ର ହୋଇ ଛତ୍ରପୁର ଆସି ଗଂଜାମ ଅବକାରୀ ଅଧିକ୍ଷୀକ ଭେଟି ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ସ୍ମାରକ ପତ୍ର ଦର୍ଶାଇଛନ୍ତି ଯେ ଗାଁରେ ଦୁଇଟି ମଦ ଦୋକାନ ଖୋଲାଯାଇଥିବା ହେତୁ ବିଭିନ୍ନ ପ୍ରକାର ଅସୁବିଧା ଘଟୁଛି । ତେଣୁ ଗାଁରେ ଚାଲୁଥିବା ଦୁଇଟି ମଦ ଦୋକାନ ତୁରନ୍ତ ବନ୍ଦ କରାଯାଉ । ନଚେତ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ । ଅବକାରୀ ଅଧିକ୍ଷୀକ ରାମଚନ୍ଦ୍ର ମିଶ୍ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ କହିଥିଲେ ଯେ ଆପଣମାନେ ଅଭିଯୋଗ କଲେ ଆମେ ତୁରନ୍ତ ଏହା ଉପରେ ପଦକ୍ଷେପ ନେବୁ । ଏହାସହିତ ମହିଳା ମାନେ ଏହାର ଅବକିଳ ନକଲ ଗଂଜାମ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀଙ୍କୁ ମଧ୍ୟ ଭେଟି ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ