ଗଂଜାମ ଜିଲ୍ଲା ହସ୍ତତନ୍ତ ବୁଣାକାର ଚୟନ କମିଟି ବୈଠକ
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ଜିଲ୍ଲାପାଳଙ୍କ ନିଜସ୍ୱ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲା ହସ୍ତତନ୍ତ ବୁଣାକାର ହିତାଧିକାରୀମାନଙ୍କ ଚୟନ କମିଟି ବୈଠକ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ହସ୍ତତନ୍ତ ବୁଣାକାର ମାନଙ୍କ ବିଭିନ୍ନ ସୁବିଧା ଓ ଅସୁବିଧା ସଂପର୍କରେ ଆଲୋଚନା କରାଯାଇଥିଲା । ଜିଲ୍ଲାରେ ୬୨ଜଣ ହିତାଧିକାରୀମାନଙ୍କୁ ୯୦ ପ୍ରତିଶତ ରିହାତିରେ ତନ୍ତ ସାରଞ୍ଜମ ପ୍ରଦାନ କରିବା ପାଇଁ ନିଷ୍ପତି ନେଇଛନ୍ତି । ଦିଗପହଣ୍ଡିର ପଦ୍ମନାଭପୁରର ୨୦ଜଣ ସମ୍ବଲପୁରୀ ଧଡି (ବାନ୍ଦ) ତିଆରି କରୁଥିବା ହିତାଧିକାରୀଙ୍କୁ ତାଲିମ ପ୍ରଦାନ କରାଯିବ । ୬୦ବର୍ଷରୁ ଉଦ୍ଧ୍ୱର୍ ୪୮ଜଣ ବୁଣାକାର ମାନଙ୍କୁ ଭତା ପ୍ରଦାନ କରାଯିବ । ବୁଣାକାର ମାନଙ୍କ ବିଭିନ୍ନ କାର୍ଯ୍ୟ କରିବା ନିମନ୍ତେ ଜିଲ୍ଲାରେ ୨୭ଟି ସୋସାଇଟି ଚାଲିଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡ଼େପୁଟି ଡାଇରେକ୍ଟର (ଟେକ୍ସସଟାଇଲ) ପି.କେ ସିଂଙ୍କ ସମେତ ବିଭାଗୀୟ ଅଧିକାରୀ ଓ ବୁଣାକାର ମାନେ ଉପସ୍ଥିତ ଥିଲେ ।


