କରାତଳି ଠାରେ ମାଗଣା ପ୍ରାଣୀ ଚିକିତ୍ସା ଶିବିର

ଛତ୍ରପୁର(ଯୁଗାବ୍ଦ ନ୍ୟୁଜ୍): ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ସ୍ଥାନୀୟ ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମ ଠାରେ ମାଗଣା ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଗାଇ, ଛେଳି, ମଇଁଷି, ମେଣ୍ଢା ମୋଟ ୧୫୨୨ ପଶୁ ଚିକିତ୍ସା କରାଯାଇ ମାଗଣା ଔଷଧ ବଣ୍ଟନ କରାଯାଇଥିଲା । ଏହି ଶିବିର କୁ ଛତ୍ରପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡା. ଅମିତାଭ ପଣ୍ଡା ମୁଖ୍ୟ ଅତିଥୀ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରାରମ୍ଭ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ, ବିପୁଳିଙ୍ଗି ସରପଞ୍ଚ ଟି.ନରସିଂହ ରେଡ୍ଡୀ, ସମିତିସଭ୍ୟ ଜୟଦେବ ଲେଙ୍କା, ଡା. ପ୍ରମୋଦ କୁମାର ପଟ୍ଟନାୟକ, ଡା. ପତିତପାବନ ରଥ, ରୋଟାରୀ କ୍ଲବର ସଭାପତି ନୀରଜଂନ ପାତ୍ର, ସଂପାଦକ ପ୍ରସନ୍ନ ପତି, ଡା. ସାଧୁରଚରଣ ମିଶ୍ର, ଡଃ. ପ୍ରମୋଦ କୁମାର ପାତ୍ର, ଓକିଲ ବିଜୟକୃଷ୍ଣ ପଟ୍ଟନାୟକ, ଧିରେନ୍ଦ୍ର ନାଥ ପଣ୍ଡା, ରେଖା ମହାନ୍ତି, ସୁରଜିତ ସାମନ୍ତରାୟ, ପ୍ରଫୁଲ କୁମାର ପଟ୍ଟନାୟକଙ୍କ ସମେତ ପଶୁ ଚିକିତ୍ସାଳୟର ହିସାବ ରକ୍ଷକ ସିମାଞ୍ଚଳ ସ୍ୱାଇଁଙ୍କ ସମେତ ରୋଟାରୀ କ୍ଲବର ବହୁ ସଦସ୍ୟ ଏବଂ ପ୍ରାଣି ଚିକିତ୍ସାଳୟର କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହିକାର୍ଯ୍ୟକ୍ରମ ରୋଟାରୀୟ ସୁରେନ୍ଦ୍ରନାଥ ପାଢିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ