ଉତ୍ତମ ସେବା ପାଇଁ ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟକୁ ପ୍ରଶଂସା ପତ୍ର

ବୁଗୁଡା (ଅନିଲ କୁମାର ମହାରଣା) : ସୁରତ ସହରରେ ପ୍ରତିଷ୍ଠିତ ପ୍ରବାସୀ ଓଡିଆ ସମାଜ ଟ୍ରଷ୍ଟକୁ ଗୁଜରାଟ ସରକାରଙ୍କ ପକ୍ଷରୁ ଉତ୍ତମ ସେବା ପାଇଁ ପୁରସ୍କୃତ କରାଯାଇଥିବା ଜଣାପଡିଛି। ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ସଭାପତି ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱ ସୁରାଟରେ ପ୍ରବାସୀ ଓଡିଆମାନଙ୍କୁ ଏକଜୁଟ କରିପାରି ବହୁ ସଫଳ ପଦକ୍ଷେପ ନେଇପାରିଛି। ପ୍ରବାସୀ ଓଡିଆମାନଙ୍କୁ ନିଜ ରାଜ୍ୟକୁ ଫେରାଇବା ପାଇଁ ଶ୍ରୀ ସାହୁଙ୍କ ଉଦ୍ୟମ ଯୋଗୁଁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପ୍ରତ୍ୟେକ ପ୍ରବାସୀ ଓଡ଼ିଆଙ୍କୁ ୧୫ ଦିନ ମଧ୍ୟରେ ଓଡ଼ିଶା ଫେରାଇ ନେବାକୁ କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କରୋନା ସଂକ୍ରମଣ ସମୟରେ ପ୍ରତ୍ୟେକ ଓଡିଆ କିପରି ନିରାପଦରେ ଓଡ଼ିଶା ଫେରିବେ ସେଥିପାଇଁ ଟ୍ରଷ୍ଟ ସଭାପତି ଶ୍ରୀ ସାହୁ ଉଦ୍ୟମ କରିବା ସହ ପ୍ରବାସୀ ଓଡ଼ିଆଙ୍କୁ ମାଗଣା ଖାଦ୍ୟ ଯୋଗାଇବା, ରାସନ କାର୍ଡ଼ ମିଳିବାରେ ସହଯୋଗ କରିବା ପ୍ରଭୃତି କାର୍ଯ୍ୟ ଯୋଗୁଁ ସୁରତ ଜିଲ୍ଲାପାଳ ଡ଼ଃ ଧବଲ ପଟେଲ ଓ ସୁରତ କମିଶନର ବାଞ୍ଛାନିଧି ପାଣି ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟକୁ ସମ୍ମାନୀତ କରି ପ୍ରଶଂସା ପତ୍ର ପ୍ରଦାନ କରିଥିଲେ। ଏହି ଉପଲକ୍ଷେ ସୁରାଟର ପ୍ରବାସୀ ଓଡିଆମାନେ ସଭାପତି ପ୍ରଦୀପ କୁମାର ସାହୁଙ୍କ ବାସଭବନକୁ ଯାଇ ପୁଷ୍ପଗୁଚ୍ଛ ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ସମାଜର ସଦସ୍ୟ ମନୋରଞ୍ଜନ ବାରିକ, ଜୟରାମ ବିଷୋୟୀ, ପ୍ରଦୀପ ସାହୁ ପ୍ରମୁଖଙ୍କ ସମେତ ବହୁ ପ୍ରବାସୀ ଓଡ଼ିଆ ନେତୃ ମଣ୍ଡଳୀ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ