୭ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯୨ ଜଣ କ୍ୱାରେଂଟାଇନରେ ଥିବାବେଳେ ୧୪ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସିଛନ୍ତି । ରାଜ୍ୟରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫ରେ ପହଁଚିଥିବାବେଳେ ୪୯୪୬ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୨୦୮୭ ଜଣ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଏଯାବତ ରାଜ୍ୟରେ ୨୬୫୪୩୧ ଟେଷ୍ଟ ହୋଇଛି । ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଅନୁଗୁଳରେ ୬, ବାଲେଶ୍ୱରରେ ୫, ଭଦ୍ରକରେ ୪, ବଲାଙ୍ଗୀରରେ ୧୬, ବୌଦ୍ଧରେ ୧, କଟକରେ ୧୭, ଦେବଗଡ଼ରେ ୧୫, ଢେଙ୍କାନାଳରେ ୪, ଗଞ୍ଜାମରେ ୩, ଜଗତସିଂହପୁରରେ ୧୭, ଯାଜପୁରରେ ୨୮, ଝାରସୁଗୁଡ଼ାରେ ୩, କେନ୍ଦ୍ରାପଡ଼ାରେ ୪, କେନ୍ଦୁଝରରେ ୬, ଖୋର୍ଦ୍ଧାରେ ୭, କୋରାପୁଟରେ ୧୮, ମାଲକାନାଗିରିରେ ୩୬, ମୟୂରଭଞ୍ଜରେ ୭, ନୟାଗଡ଼ରେ ୧, ପୁରୀରେ ୧, ସମ୍ବଲପୁରରେ ୪, ସୁନ୍ଦରଗଡ଼ରେ ୨ ଓ ଏନଡ଼ିଆରଏଫର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ