ସମନ୍ୱିତ ପ୍ରଣାଳୀରେ ଗ୍ରାମ୍ୟଜଳ ନିରାପତ୍ତା ଯୋଜନା ସଂପର୍କିତ କର୍ମଶାଳା

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍) : ଛତ୍ରପୁର ବ୍ଲକର ପୋଡ଼ାପଦର ଗ୍ରାମପଂଚାୟତ କାର୍ଯ୍ୟାଳୟରେ ଗ୍ରାମ ଉତଥାନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜଳଛାୟା ପ୍ରକଳ୍ପ ଓ ପୋଡ଼ାପଦର ଗ୍ରାମପଂଚାୟତର ମିଳିତ ଆନୁକୂଲ୍ୟରେ ଏକ ଗ୍ରାମ୍ୟ ଜଳ ନିରାପତ୍ତା ଯୋଜନା ସଂପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ପୋଡ଼ାପଦର ଗ୍ରାମପଚାଂୟତ ସରପଂଚ ପିତାମ୍ବର ପଣ୍ଡା, ସମିତି ସଭ୍ୟାଙ୍କ ପ୍ରତିନିଧି ଗଜେନ୍ଦ୍ର ପଲାଇ ଓ ପଂଚାୟତର ୱାର୍ଡ ସଭ୍ୟ ସଭ୍ୟା, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ଜଳ ପରିମଳ ସମିତିର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଗ୍ରାମ ଉତଥାନ ଜଳଅମଳ ପ୍ରକଳ୍ପ ସଂଯୋଜକ ସୁରେଶ ଚନ୍ଦ୍ର ପରିଡ଼ା ପଂଚାୟତର ଗ୍ରାମ୍ୟ ଜଳ ପରିମଳ ସମସ୍ୟା ବାହାର କରି ଉକ୍ତ ସମସ୍ୟାର ସମାଧାନ ପାଇଁ ବର୍ଷା ଜଳ ସଂରକ୍ଷଣ, ଜଳଉତ୍ସ ପୁନଃରୁଦ୍ଧାର କରିବା ସହିତ ବର୍ଷା ନିଜ ଛାତ ଜଳକୁ ଭୂଗର୍ଭସ୍ଥ କରିବା ପାଇଁ ଯୋଜନା ଆବଶ୍ୟକ । ଏଥି ନିମନ୍ତେ ଗ୍ରାମ୍ୟ ପ୍ରତିନିଧିମାନେ ଗ୍ରାମସ୍ତରରୁ ଯୋଜନା କରି ପଂଚାୟତସ୍ତର ଯୋଜନାରେ ଅନ୍ତର୍ଭୁକ୍ତ କରାଇ ଉକ୍ତ ସମସ୍ୟାର ସମାଧାନ କରାଯାଇ ପାରିବ ବୋଲି ଆଲୋଚନା କରିଥିଲେ । ଶେଷରେ ସରପଂଚ ଏହି ସମନ୍ୱିତ ଯୋଜନାରେ ଜଳଉତ୍ସ ଗୁଡ଼ିକର ପୁନରୁଦ୍ଧାର ଓ ଗ୍ରାମ୍ୟ ଜଳପରିମଳ ବ୍ୟବସ୍ଥାର ସଠିକ୍ ଭାବେ କରାଇବା ପାଇଁ ଗ୍ରାମବାସୀ ତଥା ଜନପ୍ରତିନିଧି, ସ୍ୱାସ୍ଥ୍ୟ ସଚେତକ ମାନଙ୍କର ସହଯୋଗ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ