ଧର୍ମପ୍ରାଣ ମହିଳାଙ୍କ ପରଲୋକ

ହାଟଡିହି , (ଓ୍ବାଇଏନ୍ଏସ୍):ହାଟଡିହି ବ୍ଲକ ସୋସୋ ଗ୍ରାମର ସ୍ୱର୍ଗତ ଦାଶରଥି ନାୟକଙ୍କ ଧର୍ମପତ୍ନୀ ପ୍ରେମଶୀଳା ନାୟକଙ୍କ ୮୩ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣା, ପରୋପକାରୀ, ମିଷ୍ଠଭାଷୀ ମହିଳା ଭାବେ ଜଣାଶୁଣା ଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁଅ ଗଣେଶ ପ୍ରସାଦ ନାୟକ, ଗିରିଶ ନାୟକ, ରମେଶ ନାୟକ, ଦିନେଶ ନାୟକ ପ୍ରମୁଖ ଉପସ୍ଥିତ ଥିବାବେଳେ ପରଲୋକ ଖବରପାଇ ପୁର୍ବତନ ସରପଞ୍ଚ ବୈଲୋଚନ ନାୟକ, ଡ. ମନମୋହନ ରାଉତ, ଗୋପାଳ ରାଉତ, ମଞ୍ଜୁଲତା ରାଉତ, କାଶୀନାଥ ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କ ମରଶରୀରକୁ ଶାଳନ୍ଦୀ ନଦୀ କୁଳକୁ ନିଆଯାଇ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ମଝିଆଁପୁଅ ରମେଶ ନାୟକ ମୁଖାଗ୍ନି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ