ବାଇକ ସହ ଦେଶୀ ମଦ ଜବତ, ଚାରି ଗିରଫ
ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ପୋଲିସ ଆଜି ରାମଗଡ଼, ଲିଲିଗଡ଼ ଓ ଲୁହଗୁଡି ଆଦି ଅଞ୍ଚଳରେ ଚଢ଼ାଉ କରି ୨ ଟି ବାଇକ ସହ ୭୦ ଲିଟର ଦେଶୀ ମଦ ଜବତ କରିବା ସହ ବେଆଇନ ମଦ କାରବାରରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ, ଟୁଟୁଗୁଡା ଗାଁର ପୀତବାସ ପ୍ରଧାନ ଓ ପିତର ପ୍ରଧାନ ଓ ଅଡବା ଗାଁର ସୁବୋଧ ବୀର ଓ ରାଇସିଙ୍ଗ ଗାଁର ମୋତିଲାଲ ନାୟକ । ପୋଲିସ ଏ ସଂକ୍ରାନ୍ତରେ ଦୁଇ ଗୋଟି ପୃଥକ ପୃଥକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।