ବ୍ଲକ୍ ବ୍ଲକ କାର୍ଜ୍ୟାଳୟ ତିନିଦିନ ପାଇଁ ସିଲ କନିଷ୍ଠ ଯନ୍ତ୍ରୀ ପଜିଟିଭ

ବୁଗୁଡ଼ା, (ଅନିଲ କୁମାର ମହାରଣା):ବୁଗୁଡ଼ା ବ୍ଲକରେ ଜଣେ କନିଷ୍ଠ ଯନ୍ତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିବା ପରେ ବ୍ଲକ୍ ଅଫିସ୍ ଓ ତାଙ୍କ କ୍ୱାଟରର୍ସ କୁ ୩ ଦିନ ପାଇଁ ସିଲ୍ କରାଯାଇଛି। ବୁଗୁଡ଼ା ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀଙ୍କ ସ୍ୱାବ ଟେଷ୍ଟ ପରେ ପଜିଟିଭ ଚିହ୍ନଟ ହୋଇଥିଲେ। କନିଷ୍ଠ ଯନ୍ତ୍ରୀ ଜଣଙ୍କ ଭାଇରସ୍ ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ତାଙ୍କୁ କୋଭିଡ଼ ହସପିଟାଲକୁ ଚିକିତ୍ସା ପାଇଁ ପଠାଯିବା ସହ ବ୍ଲକ୍ କାର୍ଯ୍ୟାଳୟ ଓ କନିଷ୍ଠ ଯନ୍ତ୍ରୀ ରହୁଥିବା କ୍ୱାଟରର୍ସକୁ ସିଲ୍ କରାଯାଇଛି। ବୁଗୁଡ଼ା ବ୍ଲକ୍ ରେ ପୂର୍ବରୁ ଶିକ୍ଷକ, ଅଗ୍ନିଶମ କର୍ମଚାରୀ, ପୋଲିସ୍ କର୍ମଚାରୀ କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିବା ବେଳେ ଆଜି ବ୍ଲକ୍ ଜେଇ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। ଆଜି ବୁଗୁଡ଼ା ଅଗ୍ନିଶମ କେନ୍ଦ୍ରର ୩ ଆକ୍ରାନ୍ତ କର୍ମଚାରୀ ଓ ଅନ୍ୟ ୩ ଜଣ, ଏହିପରି ୬ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଛନ୍ତି। କରୋନା ଆକ୍ରାନ୍ତ କନିଷ୍ଠ ଯନ୍ତ୍ରୀ ଜଣଙ୍କ ତୁରନ୍ତ ସୁସ୍ଥ ହୋଇ ଫେରିବା ପାଇଁ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ଆଶୁ କାମନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ