କରୋନା ସଂକ୍ରମଣ କୁ ଦୃଷ୍ଟି ରେ ରଖି ପରିବା ମାର୍କେଟ ସ୍ଥାନାନ୍ତରିତ
ଶେରଗଡ଼, (ଦେବୀ ପ୍ରସାଦ ମିଶ୍ର):ସାରା ବିଶ୍ୱ ରେ କୋଭିଡ୧୯ ବା କରୋନା ଭୁତାଣୁ ଦିନ କୁ ଦିନ ଉଗ୍ର ରୂପ ଧାରଣ କରିବା ରେ ଲାଗିଛି ଏବେ ଏହା ଆମ ଭାରତ ରେ ଧୀରେ ଧୀରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି |ଗଞ୍ଜାମ ଜିଲ୍ଲା ରେ ଦିନ କୁ ଦିନ କୁ କରୋନା ରୋଗୀ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିରହିଛି | ଏହାକୁ ଦୃଷ୍ଟି ରଖି ଶେରଗଡ଼ ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣ ରୋକିବା ଲାଗି ଆଜି ଶେରଗଡ଼ ପରିବା ବଜାର କୁ ସ୍ଥାନାନ୍ତରିତ କରାଯାଇଛି | ତହସିଲଦାର ଡଃ ଦୟାସିନ୍ଧୁ ପରିଡ଼ା,ସମସ୍ତ ପରିବା ବ୍ୟବସାୟୀ ମାନଙ୍କୁ ଜଣେ ବ୍ୟବସାୟୀ ଅନ୍ୟ ଜଣ ଙ୍କ ଠାରୁ ୩ ମିଟର ଦୂରତା ରଖି ବସିବେ ,ମାସ୍କ ବ୍ୟବହାର କରିବେ, ଓ ନିଜେ ନିଜେ ସଚେତନ ରହିବା ସହ ସାମାଜିକ ଦୂରତା ଅବଲମ୍ବନ କରିବେ ବୋଲି ତହସିଲଦାର ଡଃ ପରିଡ଼ା ବ୍ୟବସାୟୀ ମାନଙ୍କୁ ସଚେତନ କରି ଥିଲେ|ବ୍ୟବସାୟୀ ମାନେ ସାମାଜିକ ଦୂରତା ରଖିଥିବା ର ଦେଖି ବ୍ୟବସାୟୀ ଓ ଜନସାଧାରଣ ଙ୍କୁ ତହସିଲଦାର ଡଃ ପରିଡ଼ା ଧନ୍ୟବାଦ ଜ୍ଞାପନ କରିଥିଲେ


